ନୂଆଦିଲ୍ଲୀ: ପର୍ଣ୍ଣ ୱେବ୍ସାଇଟ୍ ଉପରେ ଭାରତ ସରକାର କଟକଣା ଲଗାଇବା ପରେ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟର ଗୁଡ଼ିକରେ ବିନା ଭୟରେ ଲୋକମାନେ ପର୍ଣ୍ଣ ଭିଡିଓ ଦେଖୁଥିବା ଜଣାପଡ଼ିଛି।
ବ୍ୟାନ୍ ପରେ କିଛି ପର୍ଣ୍ଣ ୱେବସାଇଟ୍ ଏକ ନୂଆ ଉପାୟ ଆପଣାଇଛନ୍ତି। ସେମାନେ ସରକାର ବ୍ୟାନ୍ କରିଥିବା ୱେବସାଇଟ୍ ନାଁରେ ସାମାନ୍ୟ ପରିବର୍ତ୍ତନ କରି ବ୍ୟବସାୟ ଚଲାଇଛନ୍ତି।
ଭାରତ ସରକାର ପ୍ରାରମ୍ଭରେ .com ଡୋମେନ୍ରେ ଖୋଲା ହୋଇଥିବା ପର୍ଣ୍ଣ ୱେବ୍ସାଇଟ୍କୁ ବ୍ୟାନ୍ କରିଥିଲେ। ହେଲେ ବ୍ୟାନ୍ ହେବାର କିଛିଦିନ ପରେ ଆହୁରି ଅନେକ ପର୍ଣ୍ଣ ୱେବ୍ସାଇଟ୍ ଏହାର ଅନ୍ୟ ରାସ୍ତା ବାହାର କରିଥିଲେ। ବର୍ତ୍ତମାନ .net ଏବଂ .org ନାମରେ ୱେବସାଇଟ୍ ଖୋଲାଯାଇ ବ୍ୟବସାୟ ଚାଲିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, .org ନନ୍ ପ୍ରଫିଟ୍ ଅର୍ଗାନାଇଜେସନ୍ ପାଇଁ ଉଦ୍ଦିଷ୍ଟ ଥିବାବେଳେ .net ଇଣ୍ଟରନେଟ୍, ନେଟ୍ୱର୍କ ଏବଂ ଇମେଲ୍ ଆଦି ପାଇଁ ବ୍ୟବହାର ହୋଇଥାଏ।
୨୦୧୫ରେ ଟେଲି କମ୍ୟୁନିକେସନ୍ ବିଭାଗ ଇଣ୍ଟରନେଟ୍ ସେବା ଯୋଗାଣକାରୀଙ୍କୁ ପର୍ଣ୍ଣ ୱେବ୍ସାଇଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଏହି ସବୁ ୱେବ୍ସାଇଟ୍କୁ ବନ୍ଦ କରିଦେଇଥିଲେ। ୮୫୭ଟି ୱେବ୍ସାଇଟ୍କୁ ‘ଅନୈତିକ ଏବଂ ଅଶ୍ଲୀଳ’ ଚିତ୍ର ପ୍ରଦର୍ଶନ କରୁଥିବା ଦର୍ଶାଇ ବନ୍ଦ କରାଯାଇଥିଲା।
ସରକାରଙ୍କ ବ୍ୟାନ୍ ପରେ ମଧ୍ୟ ଏହାକୁ ଚାଲେଞ୍ଜ୍ କରି ବିନା ଭୟରେ ପର୍ଣ୍ଣ ୱେବ୍ସାଇଟ୍ ଚାଲିଥିବା ଜଣାପଡ଼ିଛି। ତେଣୁ ଏ ଦିଗରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।
from OTV Khabar. https://ift.tt/2mM63h1
No comments: