
କନକ ବ୍ୟୁରୋ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ଗାନ୍ଧୀ ଥିଲେ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ, ଅହିଂସାର ମୂର୍ତିମନ୍ତ ପ୍ରତୀକ । ଆଜି ତାଙ୍କ ଜନ୍ମ ଜୟନ୍ତୀ ସାରା ଦେଶରେ ପାଳିତ ହେଉଥିବାବେଳେ ସେ ଛାଡି ଯାଇଥିବା ଅଭୁଲା ସ୍ମୃତି ପୁଣି ଥରେ ମାନସପଟରେ ତରଙ୍ଗାୟିତ ହୋଇଛି । ଏହି ଅବସରରେ ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତ୍ନୀଙ୍କ ସହ ରାଜଘାଟ ଯାଇ ସେଠାରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଜେଡି ନେତା ଲାଲକୃଷ୍ଣ ଆଡ଼ଓ୍ଵାନୀ ମଧ୍ୟ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଘାଟ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ତାଙ୍କ ଜନ୍ମଦିବସ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।
ମାନବ ଜାତିକୁ ଗାନ୍ଧୀଙ୍କ ଅବଦାନ ପାଇଁ ସେ ସର୍ବଦା ମନେ ରହିବେ ବୋଲି ଟୁଇଟ୍ କରି କହିଛନ୍ତି ମୋଦି । ଏହା ସହିତ କହିଛନ୍ତି ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ପାଇଁ ଅନେକ କଷ୍ଟ କରିବାକୁ ପଡିବ । ସେହିପରି ରାଜଘାଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଉୱାଣୀ ରାଜଘାଟରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
from Kanak News https://ift.tt/2pcc3Ra https://ift.tt/2omzvL0
No comments: