ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ: ଦଳକୁ ଫେରିଲେ ୱିକେଟ୍ କିପର ବ୍ୟାଟସ୍ ମ୍ୟାନ୍ ରିଦ୍ଧିମାନ ଶାହା; ରିସଭ ପନ୍ଥ ହେଲେ ବାହାର Kanak News

କନକ ବ୍ୟୁରୋ: ଆଜିଠାରୁ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ । ଭାଇଜାକରେ ଖେଳାଯିବ ଏହି ମ୍ୟାଚ୍ । ତେବେ ଏହି ଟେଷ୍ଟ ମ୍ୟାଚରୁ ଦଳରୁ ବାଦ୍ ପଡିଛନ୍ତି ୱିକେଟ୍ କିପର ବ୍ୟାଟସ୍ ମ୍ୟାନ୍ ରିସଭ୍ ପନ୍ଥ । ପନ୍ଥଙ୍କ ସ୍ଥାନରେ ଚୟନକର୍ତା ରିଦ୍ଧିମାନ ଶାହାଙ୍କୁ ଦଳରେ ସ୍ଥାନ ଦେଇଛନ୍ତି । କ୍ରମାଗତ ଭାବେ ରିସଭ୍ ପନ୍ଥ ସୁଯୋଗ ପାଇବା ପରେ ବି ଫେଲ୍ ମାରିଆସୁଥିବାରୁ ଶେଷରେ ଚୟନକର୍ତା ତାଙ୍କୁ ଦଳରୁ ବାହାରେ ରଖିଛନ୍ତି । ସେହିପରି ଦଳରୁ ଦୀର୍ଘ ଦିନ ଧରି ବାଦ୍ ପଡି ଆସୁଥିବା ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଟେଷ୍ଟ ଟିମରେ ସ୍ଥାନ ଦିଆଯାଇଛି । ଶିଖର ଧବନଙ୍କ ସହିତ ଏହି ମ୍ୟାଚରେ ରୋହିତ ଶର୍ମାର ଦଳର ଓପନିଂ ସଂଭାଳିବେ । କ୍ୟାପଟେନ୍ କୋହଲି ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଥିବା କହିଛନ୍ତି ।

ସେପଟେ, ପିଠି ଯନ୍ତ୍ରଣାର ଶିକାର ହୋଇଛନ୍ତି ଟିମଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଚିକିତ୍ସା ପାଇଁ ଆଜି ଇଂଲଣ୍ଡ ଯିବେ ପାଣ୍ଡ୍ୟା । ଆଗରୁ ସେ ତିନି ଥର ପିଠି ଯନ୍ତ୍ରଣାର ଉପଚାର କରାଇସାରିଛନ୍ତି । ୨୦୧୮ ଓ ୨୦୧୯ରେ ଇଂଲଣ୍ଡର ଯେଉଁ ଡାକ୍ତର ପାଣ୍ଡ୍ୟାଙ୍କ ଚିକିତ୍ସା କରିଥିଲେ, ସେ ଏଥର ମଧ୍ୟ ତାଙ୍କର ଚିକିତ୍ସା କରିବେ ବୋଲି ଜଣାପଡିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି ୨୦ ସିରିଜ ବେଳେ ତାଙ୍କୁ ପିଠି ଯନ୍ତ୍ରଣା ଅଧିକ ହେବା ପଡିଥିଲା । ଏହାପରେ ବିସିସିସିଆଇର ଅଧିକାରୀଙ୍କ ସୂଚନା ଅନୁସାରେ ପାଣ୍ଡ୍ୟା ଇଂଲଣ୍ଡ ଡାକ୍ତରଙ୍କ ସହିତ ଆଲୋଚନା କରିବେ ପିଠି ଯନ୍ତ୍ରଣାର ଉପଚାର ଅପରେସନ୍ ଜରିଆରେ ହେବ ନା କେବଳ ଔଷଧ ଖାଇଲେ ଏହା ଦୂର ହୋଇପାରିବ । ଇଂଲଣ୍ଡ ଗସ୍ତ କରିବା ପରେ ସେଠାରେ ଅପରେସନ୍ ହେବ ନା ନାହିଁ ତାହା ସ୍ପଷ୍ଟ ହେବ ।



from Kanak News https://ift.tt/2p4KXv4 https://ift.tt/2mRb8Vw
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ: ଦଳକୁ ଫେରିଲେ ୱିକେଟ୍ କିପର ବ୍ୟାଟସ୍ ମ୍ୟାନ୍ ରିଦ୍ଧିମାନ ଶାହା; ରିସଭ ପନ୍ଥ ହେଲେ ବାହାର Kanak News ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ: ଦଳକୁ ଫେରିଲେ ୱିକେଟ୍ କିପର ବ୍ୟାଟସ୍ ମ୍ୟାନ୍ ରିଦ୍ଧିମାନ ଶାହା; ରିସଭ ପନ୍ଥ ହେଲେ ବାହାର Kanak News Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.