ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଲେ ଓଡ଼ିଶା ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍ Rajalaxmi Sahoo

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଣଦେଖା ଓ ଅବହେଳାର ଅଭିଯୋଗ ଆଣିଲେ ଓଡ଼ିଶା ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍।

ଏହି ଟିମ୍‌ ମଧ୍ୟପ୍ରଦେଶକୁ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ତେବେ ସାହାଯ୍ୟ ପାଇଁ ଅନେକ ଥର ମନ୍ତ୍ରୀଙ୍କ ପାଖକୁ ଧାଇଁଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳି ନ ଥିବା ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍ ଅଭିଯୋଗ କରିଛି।

ନିଜସ୍ୱ ଉଦ୍ୟମରେ ୧୫ ଜଣିଆ ଟିମ୍ ମଧ୍ୟପ୍ରଦେଶ ଯାଉଛନ୍ତି। ହେଲେ ବିଭାଗ ତରଫରୁ ଅବହେଳା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟିମ୍‌ର କ୍ୟାପଟେନ। ଅନ୍ୟପକ୍ଷରେ ଏହି ଘଟଣା ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from OTV Khabar. https://ift.tt/2Vdz42c
ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଲେ ଓଡ଼ିଶା ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍ Rajalaxmi Sahoo ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଲେ ଓଡ଼ିଶା ହ୍ୱିଲ୍‌ ଚେୟାର କ୍ରିକେଟ୍ ଟିମ୍ Rajalaxmi Sahoo Reviewed by SUBHENDU BARAL on October 03, 2019 Rating: 5

No comments:

Powered by Blogger.