ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ : ୭ ଗୁରୁତର, ୧୦ ଆହତ

କେନ୍ଦୁଝରରେ ୪।୧୦: କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ବଡବିଲରୁ ଭୁବନେଶ୍ବର ଯାଉଥିବା ଶ୍ରୀରାମ ନାମକ ବସଟି ୨୦ନମ୍ବର ଜାତୀୟ ରାଜପଥର ନେଙ୍କଡାଘର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାତ୍ରୀମାନେ ଶୋଇପଡିଥିବାରୁ ଦୁର୍ଘଟଣାଟି କିପରି ଘଟିଲା ଜାଣିପାରିନାହାନ୍ତି । ତେବେ ଡ୍ରାଇଭରଙ୍କ କହିବା ଅନୁସାରେ ଟ୍ରକ୍‌ଟି ହଠାତ୍ ବ୍ରେକ୍ ମାରିବା ପରେ ବସ୍‌ଟି ଯାଇ ପିଟି ହୋଇଯାଇଥିଲା । ଦୁର୍ଘଟଣା ପରେ ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।



from Prameya News7 https://ift.tt/2InWWL0
ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ : ୭ ଗୁରୁତର, ୧୦ ଆହତ ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ : ୭ ଗୁରୁତର, ୧୦ ଆହତ Reviewed by SUBHENDU BARAL on October 03, 2019 Rating: 5

No comments:

Powered by Blogger.