ବଡବିଲ ୪।୧୦: ଭଦ୍ରାସାହି-ବଡବିଲ ରାଜ୍ୟ ରାଜପଥରେ ଏକ ଚଳନ୍ତା ହାଇଓ୍ବାରେ ନିଆଁ ଲାଗିବା ଫଳରେ ଗାଡିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଜଳିଯାଇଛି । ଓଆର୍ ୦୯ କେ ୩୮୩୭ ନମ୍ବର ହାଇଓ୍ବା ଟ୍ରକ୍ ।
ଟଂଟୋ ସ୍ଥିତ କେ.ଏନ୍. ରାମ୍ ଖଣିରୁ ଆଇରନ୍ ଓର୍ ବୋଝେଇ କରି ମାଟକାମବେଡା ସ୍ଥିତ ଆରିୟା ପ୍ଲାଂଣ୍ଟକୁ ଯାଉଥିବା ବେଳେ, ଭୋର ପ୍ରାୟ ୫ଟା ବେଳେ ବଡବିଲ କାଠ ଡିପୁ ନିକଟରେ ଚଳନ୍ତା ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଜାଣିପାରି ହାଇଓ୍ବା ଡ୍ରାଇଭର ଗାଡିକୁ ରାସ୍ତା କଡ଼ରେ ଛିଡ଼। କରି ଓହ୍ଲାଇ ପଡ଼ଥିଲେ । ତେବେ ସଂଗେସଂଗେ ହୁତୁହୁତୁ ହୋଇ ଗାଡ଼ିଟି ଜଳିବାକୁ ଲାଗିଥିଲା ।
ଏନେଇ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦମକଳ ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ କ୍ୟାବିନ୍ ପୁରା ପୋଡ଼ଯାଇଥିଲା । ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।
from Prameya News7 https://ift.tt/2AFe8aH
ରାସ୍ତା ମଝିରେ ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ
Reviewed by SUBHENDU BARAL
on
October 03, 2019
Rating:
No comments: