ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌ Rajalaxmi Sahoo

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେଙ୍କଡ଼ା ଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍‌ ଟ୍ରକ୍‌କୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ଓ ହେଲ୍‌ପର୍‌ଙ୍କ ସମେତ ୬ଜଣ ଯାତ୍ରୀ ଅଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍‌ ଯାତ୍ରୀଙ୍କୁ ନେଇ ବଡବିଲ୍‌ରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ର ସମ୍ମୁଖ ଭାଗ ଟ୍ରକ୍ ପଛ ଡାଲାରେ ପଶି ଯାଇଥିଲା। ଆଉ ଟ୍ରକ୍‌ ମଧ୍ୟ ବସ୍‌କୁ କିଛି ବାଟ ଘୋଷାଡ଼ି ନେଇଥିଲା। ବସ୍‌ଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।



from OTV Khabar. https://ift.tt/2VdsLM4
ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌ Rajalaxmi Sahoo ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌ Rajalaxmi Sahoo Reviewed by SUBHENDU BARAL on October 03, 2019 Rating: 5

No comments:

Powered by Blogger.