ସଙ୍କଟରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଆସନ । ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ବିଫଳ ହେଲେ ଇମ୍ରାନ ଖାନ , ସେପଟେ ବିଶିଷ୍ଟ ଶିଳ୍ପପତିଙ୍କ ଆଲୋଚନା କଲେ ସେନା ମୁଖ୍ୟ ବାଜୱା Kanak News

କନକ ବ୍ୟୁରୋ : ସାମରିକ ଶାସନର ପରମ୍ପରା ଥିବା ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୁରୁତ୍ୱ କମିବାରେ ଲାଗିଛି । ଦେଶର ଆର୍ଥିକ ଦୁରାବସ୍ଥା ଦୂର କରିବାରେ ଇମ୍ରାନ ବିଫଳ ହୋଇଛନ୍ତି । ଏହା ପରେ ପାକିସ୍ତାନରେ ପୁଣି ଥରେ ସାମରିକ ଶାସନ ଫେରିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସେନା ମୁଖ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ ସେନା ମୁଖ୍ୟ କମର ଜାବେଦ ବାଜୱା ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟି ଆଲୋଚନା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, କରାଚି ଓ ରାୱଲପିଣ୍ଡିରେ ଥିବା ସେନା କାର୍ଯ୍ୟାଳୟରେ କଡା ସୁରକ୍ଷା ବଳୟ ଭିତରେ ଦେଶର ପ୍ରମୁଖ ବ୍ୟବସାୟୀମାନଙ୍କୁ ସେନାମୁଖ୍ୟ ବାଜୱା ଭେଟିଛନ୍ତି । ଦେଶରେ ପୁଂଜି ନିବେଶ ବଢାଇବା ପାଇଁ କଣ ପଦକ୍ଷେପ ନିଆଯାଇ ପାରିବ ସେନେଇ ଆଲୋଚନା କରାଯାଇଥିବା କୁହାଯାଉଛି । ଫଳରେ ଆଗକୁ ଇମ୍ରାନଙ୍କ ସ୍ଥିତି ଅଧିକ ଜଟିଳ ହେବା ସମ୍ଭାବନା ସୃଷ୍ଟି ହୋଇଛି ।



from Kanak News https://ift.tt/2VfYGv5 https://ift.tt/2OejBNP
ସଙ୍କଟରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଆସନ । ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ବିଫଳ ହେଲେ ଇମ୍ରାନ ଖାନ , ସେପଟେ ବିଶିଷ୍ଟ ଶିଳ୍ପପତିଙ୍କ ଆଲୋଚନା କଲେ ସେନା ମୁଖ୍ୟ ବାଜୱା Kanak News ସଙ୍କଟରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଆସନ । ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ବିଫଳ ହେଲେ ଇମ୍ରାନ ଖାନ , ସେପଟେ ବିଶିଷ୍ଟ ଶିଳ୍ପପତିଙ୍କ ଆଲୋଚନା କଲେ ସେନା ମୁଖ୍ୟ ବାଜୱା Kanak News Reviewed by SUBHENDU BARAL on October 03, 2019 Rating: 5

No comments:

Powered by Blogger.