ମହଙ୍ଗା ପଡିଲା ଫାଷ୍ଟ୍ ଡ଼େ ଫାଷ୍ଟ ଶୋ’ ଦେଖିବା ! ଡ୍ୟୁଟି ସମୟରେ ସିନେମା ଦେଖିବାକୁ ଚାଲିଯାଇଥିଲେ ୭ ଜଣ ପୋଲିସ୍ କର୍ମଚାରୀ , ମିଳିଲା ଏଭଳି ଦଣ୍ଡ । Kanak News

ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନ ପ୍ରଥମ ସୋ’ ଦେଖିବାର ସଉକ ଏବେ ୭ଜଣ ସବ୍-ଇନ୍ସପେକ୍ଟରଙ୍କୁ ଭାରି ପଡ଼ିଛି । ବିଭିନ୍ନ ପୁଲିସ ଷ୍ଟେସନର ୭ଜଣ ସବ୍-ଇନ୍ସପେକ୍ଟର ଭଲ ବନ୍ଧୁ ହୋଇଥିବା ବେଳେ ଡିୟୁଟି ସମୟରେ ଫିଲ୍ମ ଦେଖିବାକୁ ଯିବା ସେମାନଙ୍କୁ ଭାରି ପଡ଼ିଛି । ଫିଲ୍ମ ଦେଖୁଥିବା ସମୟରେ ୭ଜଣ ବନ୍ଧୁ ସେଲଫି ନେଇ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହେବା ପରେ ଏବେ ୭ଜଣଙ୍କ ଉପରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ୭ଜଣ ବୁଧବାର ସକାଳ ସମୟରେ କୁର୍ଣ୍ଣୁଲ ଜିଲ୍ଲାରେ ଥିବା ସିନେମା ହଲରେ ପହଞ୍ଚିଥିଲେ । ଫିଲ୍ମ ଦେଖି ସେଲଫି ନେବା ସହ ସୋସିଆଲ ମିଡିଆରେ ସେୟାର କରିବା ପରେ ଫଟୋ ଉପରେ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କ ନଜର ପଡ଼ିଥିଲା । ଯାହା ପରେ ୭ ଜଣଙ୍କୁ କୁର୍ଣ୍ଣୁଲର ଜିଲ୍ଲା ମୁଖ୍ୟାଳୟକୁ ଡ଼କାଇ କ’ଣ ପାଇଁ ଡିୟୁଟି ସମୟରେ ଫିଲ୍ମ ଦେଖିବାକୁ ଯାଇଥିଲ ବୋଲି ପ୍ରଶ୍ନ କରାଯାଇଥିଲା । ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଏବେ ସେମାନଙ୍କୁ କୌଣସି କାମ ନ ଦେଇ ଖାଲି ବସାଇ ଦିଆଯାଇଥିବା ଜଣା ପଡ଼ିଛି । ଏ ମାମଲାକୁ ନେଇ ଏବେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ତଦନ୍ତ ରିପୋର୍ଟ ମିଳିବା ପରେ ହିଁ ୭ ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୁଲିସ ଅଧୀକ୍ଷକ କହିଛନ୍ତି ।



from Kanak News https://ift.tt/2o38I6T https://ift.tt/2Ikoxgn
ମହଙ୍ଗା ପଡିଲା ଫାଷ୍ଟ୍ ଡ଼େ ଫାଷ୍ଟ ଶୋ’ ଦେଖିବା ! ଡ୍ୟୁଟି ସମୟରେ ସିନେମା ଦେଖିବାକୁ ଚାଲିଯାଇଥିଲେ ୭ ଜଣ ପୋଲିସ୍ କର୍ମଚାରୀ , ମିଳିଲା ଏଭଳି ଦଣ୍ଡ । Kanak News ମହଙ୍ଗା ପଡିଲା ଫାଷ୍ଟ୍ ଡ଼େ ଫାଷ୍ଟ ଶୋ’ ଦେଖିବା ! ଡ୍ୟୁଟି ସମୟରେ ସିନେମା ଦେଖିବାକୁ ଚାଲିଯାଇଥିଲେ ୭ ଜଣ ପୋଲିସ୍ କର୍ମଚାରୀ , ମିଳିଲା ଏଭଳି ଦଣ୍ଡ । Kanak News Reviewed by SUBHENDU BARAL on October 03, 2019 Rating: 5

No comments:

Powered by Blogger.