ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି ସେମାନେ ଅକ୍ଟୋବର ୫ ଓ ୭ରେ ଗାଡ଼ିର ରେଜିଷ୍ଟ୍ରେସନ୍ କରିପାରିବେ। ଏହି ୨ ଦିନ ଆର୍ଟିଓ ଅଫିସ ଗୁଡ଼ିକ ଅପରାହ୍ଣ ୩ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଏହି ସମୟରେ ଯେଉଁମାନେ ନୂଆ ଗାଡ଼ି କିଣିଥିବେ ସେମାନେ ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍ କରିପାରିବେ।
ଏଥିସହ ବିନା ରେଜିଷ୍ଟ୍ରେସନ୍ରେ ଯେପରି ଗାଡି ବିକ୍ରି ନ ହୁଏ ସେ ନେଇ ଡିଲର୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅକ୍ଟୋବର ୫ରୁ ୮ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ଥିବାରୁ ଏହି ଦିନରେ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବନି।
from OTV Khabar. https://ift.tt/2oCGHTq
ଦଶହରା ଛୁଟିରେ କେବଳ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍ Rajalaxmi Sahoo
Reviewed by SUBHENDU BARAL
on
October 02, 2019
Rating:
No comments: