
କନକ ବ୍ୟୁରୋ : ଷ୍ଟେସନ ରାଙ୍କିଙ୍ଗରେ ଭୁବନେଶ୍ବର ରେଳଷ୍ଟେସନ ଏଥର ୮୭ତମ ସ୍ଥାନରେ ରହିଛି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦ୍ବାରା ଆଜି ନୂଆଦିଲ୍ଲୀର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିବା ସ୍ବଚ୍ଛ ରେଳ, ସ୍ବଚ୍ଛ ଭାରତ ୨୦୧୯ ରିପୋର୍ଟରୁ ଏହା ଜଣାପଡିଛି । ଦେଶର ୭୨୦ଟି ରେରଳଷ୍ଟେସନକୁ ନେଇ ରାଙ୍କିଙ୍ଗ କରାଯାଇଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦେଶର ମୋଟ ୧୬ଟି ଜୋନରୁ ପୂର୍ବତଟ ରେଳପଥ ଚଳିତବର୍ଷ ରିପୋର୍ଟରେ ନବମ ସ୍ଥାନକୁ ଖସିଛି । ଗତବର୍ଷ ତୁଳନାରେ ଏଥର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୨୦୧୮ରେ ପୂର୍ବତଟ ରେଳପଥ ତୃତୀୟ ସ୍ଥାନରେ ଥିଲା । ଅନ୍ୟପକ୍ଷରେ ଗତବର୍ଷ ଦକ୍ଷିଣ ପୂର୍ବ ରେଳପଥ୧୧ତମ ସ୍ଥାନରେ ଥିବା ବେଳେ ଏଥର ୧୫କୁ ଖସିଆସିଛି ।
ଏହି ରିପୋର୍ଟ ଅନୁସାରେ, ଭୁବନେଶ୍ବର ରେଳଷ୍ଟେସନ ୮୭ତମ ସ୍ଥାନରେ ଥିବା ବେଳେ କଟକ ରେଳ ଷ୍ଟେସନ ୧୯୧ ସ୍ଥାନରେ ରହିଛି । ରାଉରକେଲା ୧୯୪, ଯାଜପୁର କେନ୍ଦୁଝର ରୋଡ ୨୬୬, ସମ୍ବଲପୁର ୨୯୩, ଭଦ୍ରକ ୩୧୭, ବାଲେଶ୍ବର ୩୭୨, ରାୟଗଡା ୩୭୪, ପୁରୀ ୪୦୧, ଖୋର୍ଧା ରୋଡ ୪୧୫ ତମ ସ୍ଥାନରେ ରହିଛି। ସେହିଭଳି ଟିଟିଲାଗଡ଼ ଜଙ୍କସନ୍ ୪୩୯, ବ୍ରହ୍ମପୁର ୪୪୫, ବାଲୁଗାଁ ୪୭୩, ବଲାଙ୍ଗୀର ୫୩୭, କେସିଙ୍ଗା ୫୮୫ ଓ ଝାରସୁଗୁଡା ୫୯୪ ସ୍ଥାନରେ ରହିଥିବା ଜଣାପଡିଛି। ସେହିଭଳି ଗ୍ରିନ୍ ଷ୍ଟେସନ ବା ପରିବେଶ ଅନୁକୂଳ ଷ୍ଟେସନ କ୍ଷେତ୍ରରେ ଭୁବନେଶ୍ବରକୁ ୧୮.୭, କଟକ ୧୩, ରାଉରକେଲା, ୨୧.୩, ଯାଜପୁର କେନ୍ଦୁଝର ରୋଡ ୧୬, ସମ୍ବଲପୁର ୨୭, ଭଦ୍ରକ ୭.୩, ବାଲେଶ୍ବର ୭.୯, ରାୟଗଡା ୧୨, ପୁରୀ ୧୯, ଖୋର୍ଧା ରୋଡ ୧୫, ଟିଟିଲାଗଡ ୧୩.୩, ବ୍ରହ୍ମପୁର ୭, ବାଲୁଗାଁ ୧୩.୬, ବଲାଙ୍ଗୀର ୧୬.୮, କେସିଙ୍ଗା ୧୨.୩, ଝାରସୁଗୁଡା ୧୬ ପଏଣ୍ଟ ପାଇଛନ୍ତି।
from Kanak News https://ift.tt/2pwOl2c https://ift.tt/2n0ZgQG
No comments: