ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ହେବେ ସାମିଲ, ଉଠିପାରେ ରୋହିଙ୍ଗ୍ୟା ଓ ତିସ୍ତା ନଦୀ ଜଳ ବିବାଦ ପ୍ରସଙ୍ଗ । Kanak News

କନକ ବ୍ୟୁରୋ : ଚାରି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଆଜି ଓ ଆସନ୍ତାକାଲି ହେବାକୁ ଥିବା ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୫ ତାରିଖରେ ଦ୍ୱିପାକ୍ଷିକ ଆଲୋଚନା କରିବେ ଶେଖ ହସିନା । ଉଭୟ ନେତା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା ଉପରେ ବିଚାର ବିମର୍ଶ କରିବେ ।
ଏହାଛଡା ଏହି ବୈଠକରେ ରୋହିଙ୍ଗ୍ୟା ଶରଣାର୍ଥୀ ଓ ତିସ୍ତା ନଦୀ ଜଳ ବିବାଦ ପ୍ରସଙ୍ଗ ହସିନା ଉଠାଇବେ ବୋଲି ସୂଚନା ମିଳିଛି । ଏହାଛଡା ଭିଡିଓ କନଫରେନ୍ସ ଜରିଆରେ ଦୁଇ ନେତା ତିନିଟି ଦ୍ୱିପାକ୍ଷିକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ । ଆଜିଠାରୁ ଆରମ୍ଭ ହେବାକୁ ଥିବା ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ଭାରତ ସମେତ ୪୦ ଦେଶର ନୀତି ନିର୍ମାତା, ବଡ ବଡ କମ୍ପାନିର ମାଲିକଙ୍କ ସହ ବିଶେଷଜ୍ଞ ମାନେ ସାମିଲ ହେବେ ।
from Kanak News https://ift.tt/2px1FDL https://ift.tt/2n44Lhx
ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ହେବେ ସାମିଲ, ଉଠିପାରେ ରୋହିଙ୍ଗ୍ୟା ଓ ତିସ୍ତା ନଦୀ ଜଳ ବିବାଦ ପ୍ରସଙ୍ଗ । Kanak News
Reviewed by SUBHENDU BARAL
on
October 02, 2019
Rating:
No comments: