ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଆଜିଠୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ୍ ପ୍ରଚଳନ କରିବା ବେଆଇନ୍।
କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋଡିଗ୍ରେଡ୍ବଲ୍ ବା ମାଟିରେ ମିଶି ପାରୁଥିବା କ୍ୟାରି ବ୍ୟାଗ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାର କ୍ୟାରି ବ୍ୟାଗ୍ ବ୍ୟବହାର ହୋଇପାରିବ ନାହିଁ।
ସେହିପରି ୨୦୦ ମିଲି ଲିଟରଠୁ କମ୍ ପରିମାଣର ପାଣି ବୋତଲ ଉପରେ ମଧ୍ୟ କଟକଣା ଲାଗିଛି। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଯେମିତିକି ଥାଳି, କପ୍, ପ୍ଲେଟ୍, ବାଉଲ୍, ଗ୍ଲାସ୍, ଚାମଚ, ପାଉଚ୍ ସହ ଥର୍ମୋକୁଲ ସାମଗ୍ରୀ ବ୍ୟବହାର ଉପରେ ବି ବ୍ୟାନ୍ ଲାଗିଛି।
ତେବେ କ୍ଷୀର ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ସିରିଞ୍ଜ, ମେଡିକାଲ୍ ଉପକରଣ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।
ଜାଣନ୍ତୁ କେଉଁ ପ୍ଲାଷ୍ଟିକ୍ ବ୍ୟବହାର କରିପାରିବେ ନାହିଁ…
- ପଲିଥିନ୍ କ୍ୟାରି ବ୍ୟାଗ୍
- ୨ଶହ ମିଲିଲିଟରରୁ କମ୍ ପ୍ୟାକିଂ ପାଣି ବୋତଲ
- ଥର୍ମୋକୁଲ୍ କପ୍, ପ୍ଲେଟ୍, ଗ୍ଲାସ୍ ଇତ୍ୟାଦି
- ପ୍ଲାଷ୍ଟିକ୍ରେ ନିର୍ମିତ ଥାଳି, ଚାମଚ୍, କପ୍, ଗ୍ଲାସ୍
- ଥର୍ମୋକୁଲ୍ରେ ନିର୍ମିତ ଫୁଲଦାନୀ, ଫୁଲ ଭଳି ଡେକୋରେଟିଭ୍ ଜିନିଷ।
ଜାଣନ୍ତୁ କେଉଁ ପ୍ଲାଷ୍ଟିକ୍ ବ୍ୟବହାର କରିପାରିବେ….
- କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ପଲି ପ୍ୟାକ୍ ବ୍ୟବହାର ହୋଇପାରିବ।
- ମେଡିସିନ୍, ସିରିଞ୍ଜ୍ ଓ ମେଡିକାଲ୍ ଉପକରଣ ଥିବା ପଲି ପ୍ୟାକ୍। ତେବେ ଏସବୁ ୫୦ ମାଇକ୍ରନ୍ରୁ ଅଧିକ ହୋଇଥିବା ଆବଶ୍ୟକ।
from OTV Khabar. https://ift.tt/2nGx1XP
Reviewed by SUBHENDU BARAL
on
October 01, 2019
Rating:
No comments: