ବାପୁଙ୍କ ଜନ୍ମଜୟନ୍ତୀକୁ ନେଇ ସାରା ଦେଶ ଉତ୍ସବ ମୁଖର। ଭୁବନେଶ୍ୱରରେ ବିରାଟ ମାନବଶୃଙ୍ଖଳ। ସମାଧିସ୍ଥଳ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି Kanak News

କନକ ବ୍ୟୁରୋ: ଆଜି ଜାତିରପିତା ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜନ୍ମଜୟନ୍ତୀ । ବାପୁଙ୍କ ଜୟନ୍ତୀକୁ ପାଳନ କରିବା ପାଇଁ ସାରା ଓଡିଶା ଉତ୍ସବ ମୁଖର । ଗାନ୍ଧୀଙ୍କ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କ୍ରମରେ ଆଜି ସକାଳୁ ସକାଳୁ ଆଚାର୍ଯ୍ୟବିହାର ଛକରୁ ଏଜି ଛକ ପର୍ଯ୍ୟନ୍ତ ଏକ ବିରାଟ ମାନବ ଶୃଙ୍ଖଳ କରାଯାଇଛି । ଏଥିରେ ବିଭିନ୍ନ ସରକାରୀ , ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ସ୍କୁଲ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇ ଗାନ୍ଧୀଙ୍କୁ ମନେପକାଇଛନ୍ତି ।
ସେହିପରି ସାଧାରଣ ଲୋକଙ୍କ ନିକଟରେ ଗାନ୍ଧୀଙ୍କ ବାର୍ତ୍ତାକୁ ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହାର ଶୀର୍ଷକ ରହିଛି ଗାନ୍ଧୀଜି ଏବଂ ଓଡିଶା । ଏହି ଫଟୋ ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଓଡିଶା ଆଗମନର ଅନେକ ବିରଳ ଫଟୋ ସ୍ଥାନ ପାଇଛି । ଏହା ସହିତ ଗାନ୍ଧିଜୀଙ୍କ ଜୀବନ ସହିଡ ଜଡିତ ବିଭିନ୍ନ ଫଟୋକୁ ମଧ୍ୟ ଫଟୋଚିତ୍ର ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଛି ।
राष्ट्रपिता महात्मा गांधी को उनकी 150वीं जन्म-जयंती पर शत-शत नमन।
Tributes to beloved Bapu! On #Gandhi150, we express gratitude to Mahatma Gandhi for his everlasting contribution to humanity. We pledge to continue working hard to realise his dreams and create a better planet. pic.twitter.com/4y0HqBO762
— Narendra Modi (@narendramodi) October 2, 2019
ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାନବ ଜାତିକୁ ଗାନ୍ଧୀଙ୍କ ଅବଦାନ ପାଇଁ ସେ ସର୍ବଦା ମନେ ରହିବେ ବୋଲି ଟୁଇଟ୍ କରି କହିଛନ୍ତି ମୋଦି । ଏହା ସହିତ କହିଛନ୍ତି ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ପାଇଁ ଅନେକ କଷ୍ଟ କରିବାକୁ ପଡିବ । ସେହିପରି ରାଜଘାଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଉୱାଣୀ ରାଜଘାଟରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
from Kanak News https://ift.tt/2p4aiFs https://ift.tt/2pdxlhl

No comments: