ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଏନଆରସି : ଦେଶରୁ ବିଦା ହେବେ ଅନୁପ୍ରବେଶକାରୀ Kanak News

କନକ ବ୍ୟୁରୋ : ପଶ୍ଚିମ ବଙ୍ଗରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) କାର୍ଯ୍ୟକାରୀ ହେବ । ତେବେ ଏହା ପୂର୍ବରୁ ନାଗରିକତା (ସଂଶୋଧନ) ବିଲ୍ ଗୃହୀତ ହେବ । ପୂର୍ବରୁ ସମସ୍ତ ହିନ୍ଦୁ, ଶିଖ୍‌, ଜୈନ ଏବଂ ବୌଦ୍ଧ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି । ଅର୍ଥାତ୍ ଅଣମୁସଲିମମାନଙ୍କୁ ନାଗରିକତା ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ବିବାଦୀୟ ଏନଆରସି ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଗତକାଲି ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ  କହିଛନ୍ତି, ଏପର୍ଯ୍ୟନ୍ତ ଏନଆରସି ଆସାମରେ ସୀମିତ ଥିଲା ବେଳେ ଆଗାମୀ ଦିନରେ ପଶ୍ଚିମବଙ୍ଗରେ ଏହା କାର୍ଯ୍ୟକାରୀ ହେବ । ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ନାଗରିକତା ବିଲ୍‌ ସମ୍ପର୍କରେ ଲୋକଙ୍କୁ ଭୂତାଉଛି ବୋଲି ଶାହ ଅଭିଯୋଗ କରିଛନ୍ତି । ତେବେ ହିନ୍ଦୁ, ବୌଦ୍ଧ, ଶିଖ ଏବଂ ଜୈନ ଶରଣାର୍ଥୀମାନଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ଏବଂ ଭାରତୀୟ ନାଗରିକଙ୍କ ପାଇଁ ରହିଥିବା ସମସ୍ତ ଅଧିକାରକୁ ସେମାନେ ଉପଭୋଗ କରିବେ । ତେବେ ଅନୁ‌ପ୍ରବେଶକାରୀଙ୍କୁ ଦେଶରୁ ବିଦା କରାଯିବ ବୋଲି ସେ ଦୃଢ଼ ଭାବରେ କହିଛନ୍ତି ।

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିଲେ । ଜମ୍ମୁ କଶ୍ମୀରକୁ ଭାରତ ସହିତ ସମ୍ପୂର୍ଣ୍ଣ ଭାବେ ମିଶାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସେ କହିଛନ୍ତି । ଜନସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତ୍ୟାଗ ପାଇଁ ପଶ୍ଚିମ ବଙ୍ଗ ଆଜି ଭାରତର ଅଂଶବିଶେଷ ହୋଇ ରହିପାରିଛି ବୋଲି ଶାହ ଏହି ଅବସରରେ କହିଥିଲେ ।

ଉଲ୍ଲେଖ‌‌ଯୋଗ୍ୟ ବହୁ ବାଦବିବାଦ ପରେ ଗତ ଅଗଷ୍ଟ ୩୧ ତାରିଖରେ ଆସାମ ସରକାର ଚୂ୍‌ଡ଼ାନ୍ତ ଏନଆରସି ତାଲିକା ପ୍ରକାଶ କରିଥିଲେ । ଏଥିରୁ ୧୯ ଲକ୍ଷ ଆସାମବାସୀ ବାଦ୍ ପଡ଼ିଥିଲେ । ଏହି ଲୋକମାନେ ଏବେ ସେମାନଙ୍କ ଭବିଷ୍ୟତ ଅବସ୍ଥାନକୁ ନେଇ ଅନିଶ୍ଚିତତା ମଧ୍ୟରେ କାଳ କାଟୁଛନ୍ତି ।



from Kanak News https://ift.tt/2ooRAby https://ift.tt/2nGtbhl
ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଏନଆରସି : ଦେଶରୁ ବିଦା ହେବେ ଅନୁପ୍ରବେଶକାରୀ Kanak News ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଏନଆରସି : ଦେଶରୁ ବିଦା ହେବେ ଅନୁପ୍ରବେଶକାରୀ Kanak News Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.