ଆଜିଠୁ ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିବେ ପଦଯାତ୍ରା। ବିଜେଡିର ଜନସମ୍ପର୍କ, ବିଜେପିର ଗାନ୍ଧୀ ସଂକଳ୍ପ ଓ କଂଗ୍ରେସ କରିବ ଅହିଂସା ପଦଯାତ୍ରା Kanak News

କନକ ବ୍ୟୁରୋ: ଆଜିଠୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପଦଯାତ୍ରା ଆରମ୍ଭ କରିବେ । ରାଜ୍ୟର ତିନି ପ୍ରମୁଖ ଦଳ ପଦଯାତ୍ରା କରିବେ । ବିଜେଡି ଜନସମ୍ପର୍କ ପଦଯାତ୍ରା, ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସର ଅହିଂସା ପଦଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ତିନି ଦଳ ପ୍ରସ୍ତୁତି ଶେଷ କରିଛନ୍ତି । ପ୍ରତି ବର୍ଷ ପରି ଗାନ୍ଧି ଜୟନ୍ତୀରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବ । ଏହା ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ଏହି ପଦଯାତ୍ରା ଦ୍ୱାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଚାଇବାକୁ ଦଳ ଯୋଜନା କରିଛି ।

ସେହିପରି ବିଜେପି ପକ୍ଷରୁ ଦେଶବ୍ୟାପି ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରାଯାଉଛି । ଏହି କ୍ରମରେ ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ପଦଯାତ୍ରା ଆୟୋଜନ କରାଯିବ । ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତା, ସ୍ୱଦେଶୀ, ସ୍ୱଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ ।

କଂଗ୍ରେସ ପକ୍ଷରୁ ବି ରାଜଧାନୀରେ ଅହିଂସା ପଦଯାତ୍ରା କରାଯିବ । ମହାତ୍ମାଗାନ୍ଧୀ ପାର୍କରୁ ପଦଯାତ୍ରା ଆରମ୍ଭ ହୋଇ କଂଗ୍ରେସ ଭବନ ଯାଏଁ ଚାଲିବ । ସେଠାରେ ଏକ ସଭା ଆୟୋଜନ କରାଯିବ । କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାର ୩୩ ଜଣ ପ୍ରେରକ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକାଠି କରିବା ସହିତ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି ସରକାରର ଅପାରଗତା ନେଇ ଲୋକଙ୍କୁ ସଚେତନ କରାଇବେ ।



from Kanak News https://ift.tt/2okdgp2 https://ift.tt/2p7qB4o
ଆଜିଠୁ ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିବେ ପଦଯାତ୍ରା। ବିଜେଡିର ଜନସମ୍ପର୍କ, ବିଜେପିର ଗାନ୍ଧୀ ସଂକଳ୍ପ ଓ କଂଗ୍ରେସ କରିବ ଅହିଂସା ପଦଯାତ୍ରା Kanak News ଆଜିଠୁ ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିବେ ପଦଯାତ୍ରା। ବିଜେଡିର ଜନସମ୍ପର୍କ, ବିଜେପିର ଗାନ୍ଧୀ ସଂକଳ୍ପ ଓ କଂଗ୍ରେସ କରିବ ଅହିଂସା ପଦଯାତ୍ରା Kanak News Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.