ଦଶହରାରେ ମେଘୁଆ ରହିବ ପାଗ : ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ Kanak News

କନକ ବ୍ୟୁରୋ :  ଅକ୍ଟୋବର ୫ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ୩ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ୪ରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ତେବେ ୬ ତାରିଖଠାରୁ ପାଗରେ ପରିବର୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୬ ତାରିଖ ବେଳକୁ ତାହା ଓଡ଼ିଶା ଉପରେ ବିସ୍ତୃତ ରହିବ। ଯାହାଦ୍ବାରା ଓଡ଼ିଶାରେ ବର୍ଷା ହେବ । ତେବେ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ୬ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରୁ ପବନ ବୋହି ବ। ଫଳରେ ବିଶେଷ ବର୍ଷା ନାହିଁ ।

କଳାହାଣ୍ଡି ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ୪ ତାରିଖଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼‌ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟମଧରଣର ବର୍ଷା ହେବ । ଭୁବନେଶ୍ବର ସମେତ ଉପକୂଳବର୍ତୀ ଅଞ୍ଚଳରେ ୮ ଓ ୯ ତାରିଖରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖରେ ବି ଉପକୂଳବର୍ତୀ କେତେକ ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ । ଦଶହରା ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ସହ ବର୍ଷା ହେବ । ୪ ତାରିଖରୁ ରାତିର ତାପମାତ୍ରା କମିବ ।

ମୌସୁମୀ ପ୍ରତ୍ୟାବର୍ତନ ନେଇ ସେ କହିଛନ୍ତି ‌ଯେ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏହାଦ୍ବାରା ବାୟୁ କ୍ଲକ୍‌ ଅନୁଯାୟୀ ବୁଲିଥାଏ । ଯେଉଁଥିପାଇଁ ପାଗ ଶୁଖିଲା ରୁହେ । ଗୁରୁଚାପ ବଳୟ ହେଉଛି ମୌସୁମୀ ପ୍ରତ୍ୟାବର୍ତନର ପ୍ରଥମ ଲକ୍ଷଣ । ତେଣୁ ଆଶା କରାଯାଉଛି ଯେ ଖୁବ୍‌ଶୀଘ୍ର ପଞ୍ଜାବ, ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତନ ଆରମ୍ଭ କରିବ । ତେବେ ଅକ୍ଟୋବର ୬ରୁ ୧୦ ପର୍ଯ୍ୟନ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ବାୟୁ ଆଣ୍ଟି କ୍ଲକ୍‌ ୱାଇଜ୍‌ ବୁଲିଥାଏ ଓ ପାଗ ମେଘୁଆ ହୋଇଥାଏ । ଆନୁମାନ କରାଯାଉଛି ଯେ ଏହି ଲଘୁଚାପ ବଳୟ ପରେ ବି ଓଡ଼ିଶାରେ ମୌସୁମୀ କିଛି ମାତ୍ରାରେ ସକ୍ରିୟ ରହିବ । ୨୨ ବେଳକୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି । ସାଧାରଣ ଭାବେ ଅକ୍ଟୋବର ୧୦ରୁ ୧୫ ଭିତରେ ମୌସୁମୀ ପ୍ରତ୍ୟାବର୍ତନ କରିଥା‌ଏ । ୨୦୧୭ ଓ ୨୦୧୮ରେ ଗୋଟିଏ ଦୁଇଦିନ ବିଳମ୍ବ ହୋଇଥିଲା ।


from Kanak News https://ift.tt/2pbwCgC https://ift.tt/2nvKcLo
ଦଶହରାରେ ମେଘୁଆ ରହିବ ପାଗ : ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ Kanak News ଦଶହରାରେ ମେଘୁଆ ରହିବ ପାଗ : ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ Kanak News Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.