ବ୍ରହ୍ମପୁର ୨।୧୦: ଗଞ୍ଜାମ ଜିଲ୍ଲାରେ ପୁଣି ଗୁଣି ଗାରେଡିକୁ ନେଇ ଘଟିଛି ଅଭାବନୀୟ ଘଟଣା। ଖଲ୍ଲେକୋଟ୍ ବ୍ଲକ୍ ଚିକିଲି ପଞ୍ଚାୟତର ଗୋପପୁର ଗାଁରେ ପ୍ରଜାକୋର୍ଟ । ଗତ ୩୦ ତାରିଖରେ ଗାଁରେ ୭ ଜଣଙ୍କ ଦାନ୍ତ ଭାଙ୍ଗି ନିର୍ଯାତନା ଦେଇଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ୨୨ଜଣ ମହିଳା ଓ ୭ଜଣ ପୁରୁଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ପୂର୍ବରୁ ଗାଁର ତିନି ଜଣଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ପରେ ଗାଁର ଆଉ ତିନି ଜଣ ଅସୁସ୍ଥ ହୋଇପଡିଥିଲେ । ଏହାକୁ ନେଇ ଗ୍ରାମବାସୀ ଗୁଣି ଗାରେଡି କରିଥିବା ସନ୍ଦେହରେ ୭ ଜଣଙ୍କୁ ଟାର୍ଗେଟ୍ କରିଥିଲେ ।
from Prameya News7 https://ift.tt/2p4eJA7
ଗୁଣି ଗାରେଡି ସନ୍ଦେହରେ ପ୍ରଜାକୋର୍ଟ : ୬ଜଣଙ୍କ ଦାନ୍ତ ଭାଙ୍ଗିଲେ ଗ୍ରାମବାସୀ, ଅଭିଯୋଗରେ ୨୯ଗିରଫ
Reviewed by SUBHENDU BARAL
on
October 01, 2019
Rating:
No comments: