ଆଜିକାଲି ଝିଅମାନଙ୍କ ମଧ୍ୟରେ ସ୍ଲିମ୍ ଟ୍ରିମ ଫିଗର ପାଇବାର ଇଚ୍ଛା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏଥିପାଇଁ ଝିଅମାନେ ଖାଇବା ପିଇବା ଛାଡିଦିଅନ୍ତି। ହେଲେ ସେମାନେ ଧ୍ୟାନ ଦିଅନ୍ତି ନାହିଁ ଯେ, ଏହା ତାଙ୍କ ଶରୀର ଉପରେ କେତେ ଖରାପ ପ୍ରବାବ ପକାଇବ।
ୟୁକେର ଜଣେ ଝିଅ ଷ୍ଟେଫୋନୀ ରୋଡ୍ସ ଜିରୋ ଫିଗର ପାଇବା ଆଶାରେ ୧୩ ବର୍ଷ ବୟସରୁ ସକାଳ ଖାଇବା ସହ ଦିନରେ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ। ଏଥିପାଇଁ ତାଙ୍କ ଓଜନ ଏତେ ମାତ୍ରାରେ କମିଯାଇଛି ଯେ, ତାଙ୍କ ଜୀବନ ନଷ୍ଟ ହୋଇଯାଇଛି।

ଷ୍ଟେଫୋନି କହିଛନ୍ତି ଯେ, ଖାଇବା ବନ୍ଦ କରିବା ପରେ ଧିରେ ଧିରେ ସ୍ଲିମ ହେବାକୁ ଲାଗିଲେ ଫଳରେ ତାଙ୍କ ଆତ୍ମବିଶ୍ବାସ ବଢିବାକୁ ଲାଗିଲା। ଏଥିପାଇଁ ଲୋକେ ତାଙ୍କର ବହୁତ ପ୍ରଶଂସା କରୁଥିଲେ। ହେଲେ ଦୁଃଖର ବିଷୟ ଏହା ଯେ, ୧୭ ବର୍ଷ ବୟସରେ ତାଙ୍କୁ ଏନୋରେକ୍ସିଆ ରୋଗ ହୋଇଥିଲା। ଏହି ରୋଗରେ ଆକ୍ରାନ୍ତ ହେବା ଲୋକେ ଖାଦ୍ୟ ଖାଇବାକୁ ଡରନ୍ତି। ଷ୍ଟଫୋନି ଧିରେ ଧିରେ ଖାଇବା ବନ୍ଦ କରିଦେଲେ ଓ ଧିରେ ଧିରେ ସେ ଆହୁରି ପତଳା ହେବାକୁ ଲାଗିଲେ।

ଏମିତି ଏକ ସମୟ ଆସିଲା ଯେତେବେଳେ ତାଙ୍କ ଶରୀରର ହାଡ ସ୍ପଷ୍ଟ ଭାବେ ଦେଖାଗଲା। ବର୍ଷ ବର୍ଷ ଧରି ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ଖାଦ୍ୟ ଖାଇ ଓଜନ ବଢାଇବାକୁ କହିଲେ। ସେ କହିଛନ୍ତି ଯେ, ଯେତେଯାଏଁ ସେ ଡାକ୍ତଖାନାରେ ଥିଲେ ସେତେଯାଏଁ ସେ ଡାକ୍ତରଙ୍କ ଭୟରେ ଖାଉଥିଲେ । ହେଲେ ଘରକୁ ଆସିବା ମାତ୍ରେ ସେ ଖାଦ୍ୟ ଖାଉନଥିଲେ।
ଫଳରେ ପରେ ପୁଣି ତାଙ୍କୁ ଡାକ୍ତଖାନା ଯିବାକୁ ପଡୁଥିଲା। ଯେତେବେଳେ ସେ ଖାଦ୍ୟ ଖାଉଥିଲେ ତାଙ୍କୁ ଏଂଗଜାୟଟି ଆଟାକ୍ ହେଉଥିଲା। ତାଙ୍କୁ ଏମିତି ଲାଗୁଥିଲା ଯେ, ସେ ଖାଦ୍ୟ ଖାଇଲେ ମୋଟା ହୋଇଯିବେ। ଏବେ ସେ ଆମେରିକାରେ ରିହାବିଲିଷ୍ଟଶନରେ ନିଜ ଚିକିତ୍ସା କରାଉଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କିଛି ମାତ୍ରାରେ ଉନ୍ନତି ହୋଇଛି।
from Prameya News7 https://ift.tt/2okHBE4
No comments: