କର୍ତାପୁର କରିଡର ଉଦଘାଟନରେ ପାକିସ୍ତାନ ଗସ୍ତ କରିବେ ନାହିଁ ମନମୋହନ । ପଂଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ହେଲା ସ୍ପଷ୍ଟ Kanak News

କନକ ବ୍ୟୁରୋ : ପାକିସ୍ତାନ ଯିବେ ନାହିଁ ମନମୋହନ । ଆସନ୍ତା ୯ ତାରିଖରେ ହେବାକୁ ଥିବା କର୍ତାପୁର କରିଡର ଉଦଘାଟନରେ ଯୋଗଦେବା ପାଇଁ ପାକିସ୍ତାନ ଯିବେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ତାଙ୍କର ପାକିସ୍ତାନ ଯିବାର ନାହିଁ । ଏହା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ପାକିସ୍ତାନ ଗସ୍ତରେ ଯିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଗତକାଲି ମନମୋହନ ସିଂହଙ୍କୁ ଅମରିନ୍ଦର ସିଂହ ଭେଟି ଏନେଇ ଆଲୋଚନା କରିଥିଲେ ।

from Kanak News https://ift.tt/2LJOqZ3 https://ift.tt/2oNbuNt
No comments: