ପଶ୍ଚିମ ବଙ୍ଗରେ ବୁଡିଲା ଡଙ୍ଗା । ମହାନନ୍ଦା ନଦୀ ପାର ହେବା ବେଳେ ଅତ୍ୟଧିକ ଓଜନରୁ ଭାରସାମ୍ୟ ହରାଇଲା ନୌକା ,୭ ମୃତ: ନଈ ସୁଅରେ ଫସିଲେ ୫୦ରୁ ଅଧିକ ଯାତ୍ରୀ Kanak News
କନକ ବ୍ୟୁରୋ : ପଶ୍ଚିମ ବଙ୍ଗର ମାଲଦା ଅଂଚଳରେ ଡଙ୍ଗାବୁଡି । ଗତକାଲି ସଂଧ୍ୟାରେ ସ୍ଥାନୀୟ ମହାନନ୍ଦା ନଦୀରେ ଏକ ବଡ ଡଙ୍ଗାରେ ୫୦ରୁ ଅଧିକଲୋକ ପାର ହେଉଥିବା ବେଳେ ମଝି ନଈରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଳଟି ପଡିଥିଲା । ଫଳରେ ସମସ୍ତ ଯାତ୍ରୀ ନଈ ସୁଅରେ ଫସିଯାଇଥିଲେ । ମିଳିଥିବା ସୂଚନା ଅନୁସାରେ ୭ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ବହୁ ଲୋକ ନିଖୋଜ ଅଛନ୍ତି । ଚଚଂଳ ଥାନା ଅଂଚଳରେ ଏହି ଘଟଣା ଘଟିଛି ।
ଜଗନ୍ନାଥପୁରରୁ ଉତର ଦୀନାଜପୁର ଯାଉଥିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ମାତ୍ରାଧିକ ଲୋକ ଡଙ୍ଗାରେ ଯାଉଥିବାରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । ଅଘଟଣ ନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଂଚିଥିଲେ । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ମୃତାହତ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
from Kanak News https://ift.tt/2LKo1dx https://ift.tt/2AHtZWc
ପଶ୍ଚିମ ବଙ୍ଗରେ ବୁଡିଲା ଡଙ୍ଗା । ମହାନନ୍ଦା ନଦୀ ପାର ହେବା ବେଳେ ଅତ୍ୟଧିକ ଓଜନରୁ ଭାରସାମ୍ୟ ହରାଇଲା ନୌକା ,୭ ମୃତ: ନଈ ସୁଅରେ ଫସିଲେ ୫୦ରୁ ଅଧିକ ଯାତ୍ରୀ Kanak News
Reviewed by SUBHENDU BARAL
on
October 03, 2019
Rating:
No comments: