ଓଡିଆ ଖବର କାଗଜ ସମ୍ବାଦର ଆଜି ୩୫ତମ ଜନ୍ମଦିନ । ସେପଟେ ୧୦ ବର୍ଷ ପୂରଣ କରିଛି କନକ ନ୍ୟୁଜ, ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Kanak News

କନକ ବ୍ୟୁରୋ : ଦୈନିକ ଖବରକାଗଜ ‘ସମ୍ବାଦ’ ୩୫ ତମ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ କନକ ନ୍ୟୁଜକୁ ପୂରିଛି ୧୦ ବର୍ଷ । ସାଧାରଣ ଲୋକଙ୍କ କଥାକୁ ଟିଭି ପରଦାରେ ଆଣିଛି କନକ ନ୍ୟୁଜ । ଗୋଟିଏ ଦଶନ୍ଧିର ଯାତ୍ରା ପୂରଣ କରିଛି ଏହି ବୈଦ୍ୟୁତିକ ଗଣମାଧ୍ୟମ । ଏହି ଅବସରରେ ଆଜି ସକାଳ ୧୦ଟାରୁ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିଭଳି ଓଡିଶାର ବିକାଶ ନେଇ ଏକ ପ୍ୟାନେଲ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ ଓ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ ସାମିଲ ହେବେ । ସେପଟେ ଆଜି ମଧ୍ୟ ୩୫ ତମ ବାର୍ଷିକ ଉତ୍ସବ ପାଳନ କରୁଛି ସର୍ବାଧିକ ପ୍ରସାରିତ ଓଡ଼ିଆ ଦୈନିକ ଖବରକାଗଜ ସମ୍ବାଦ ।

from Kanak News https://ift.tt/2LNsOLr https://ift.tt/2OnFlXk
No comments: