ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା : ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ, ଆମିକସ କ୍ୟୁରିଙ୍କ ରିପୋର୍ଟ ଓ ରାଜ୍ୟ ସରକାରଙ୍କ ଅତିରିକ୍ତ ସତ୍ୟପାଠ ଉପରେ ହେବ ଶୁଣାଣି Kanak News

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆମିକସ କ୍ୟୁରି ରଂଜିତ କୁମାରଙ୍କ ନୋଟ, ରାଜ୍ୟ ସରକାର ଦାଖଲ କରିଥିବା ଅତିରିକ୍ତ ସତ୍ୟପାଠ ଓ ଦେବାଶିଷ ମିଶ୍ରଙ୍କ ମଧ୍ୟବର୍ତିକାଳୀନ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଆମିକସ କ୍ୟୁରି ସେପ୍ଟେମ୍ବର ୨୭ ତାରିଖରେ ଶ୍ରୀମନ୍ଦିରକୁ ନେଇ ସୁପ୍ରିମକୋର୍ଟରେ ଏକ ନୋଟ ଦାଖଲ କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟେ ୭୫ମିଟର ଉଚ୍ଛେଦ ପାଇଁ ରାଜ୍ୟ ସରକାର କଣସବୁ ପଦକ୍ଷେପ ନେଇଛନ୍ତି ।
ସେପ୍ଟେମ୍ବର ୭ ତାରିଖରେ ଆମିକସକ୍ୟୁରୀ ଶ୍ରୀକ୍ଷେତ୍ର ପରିଦର୍ଶନ କରି ଯାହା ଦେଖିଛନ୍ତି, ସେହି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଏହାଛଡା ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ର ଗତ ୩୦ ତାରିଖରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରିଛନ୍ତି । ସେହିପରି ଶ୍ରୀମନ୍ଦିର ମାମଲାରେ ଇଂଟରକଂଟିନେଂଟାଲ ଆସୋସିଏସନ ଅଫ ଲୟର୍ସର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଆଇନଜୀବୀ ୩୦ ତାରିଖରେ ଏକ ମଧ୍ୟ ବର୍ତିକାଳୀନ ଆବେଦନ କରିଛନ୍ତି । ମେଘନାଦ ପାଚେରୀ ଚାରିପଟେ ହେଉଥିବା ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପୂର୍ବରୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଯାହାକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ ।
from Kanak News https://ift.tt/2nZat4Q https://ift.tt/2n5k6i1
No comments: