ମୁମ୍ବାଇ୨|୧୦: ବଲିଉଡରେ ଏମିତି ଅନେକ ଅଭିନେତା ଅଛନ୍ତି ଯିଏ ନିଜ ଅଭିନୟ ଯୋଗୁଁ ସମଗ୍ର ଦେଶରେ ଘରେ ଘରେ ପରିଚିତ ଥାନ୍ତି।ଠିକ୍ ସେହି ଭଳି ଏମିତି ଜଣେ କଳାକାର ଅଛନ୍ତି ଯାହାକୁ କେହି କେବେ ଭୁଲି ପାରିବେ ନାହିଁ। ଏହି ସୁପରଷ୍ଟାରଙ୍କ ନାଁ ହେଉଛି ରାଜେଶ ବିବେକ। ରାଜେଶ ନିଜ ଅଭିନୟ ବ୍ୟତୀତ ତାଙ୍କ ଗମ୍ଭୀର ଚିତ୍କାର ପାଇଁ ପ୍ରସିଦ୍ଧ ଥିଲେ।

୧୯୪୯ ମସିହା ଜାନୁଆରୀ ୩୧ ତାରିଖରେ ରାଜେଶଙ୍କ ଜନ୍ମ ହୋଇଥିଲା। ସେ ନିଜ ଫିଲ୍ମ କ୍ୟାରିଅରରେ ବହୁତ ସଂଘର୍ଷ କରିବା ପରେ ସଫଳତା ପାଇଥିଲେ। ଟିଭି ଇତିହାସର ସବୁଠୁ ଲୋକପ୍ରିୟ ଧାରାବାହିକ ମହାଭାରତରେ ଶ୍ରୀ ବେଦ ବ୍ୟାସଙ୍କ ଭୂମିକାରେ ଅଭିନୟ କରିଥିଲେ ରାଜେଶ। ଏହି ଧାରାବାହିକରେ ରାଜେଶଙ୍କ ଅଭିନୟ ଦେଖି ତାଙ୍କୁ ଫିଲ୍ମ ଜଗତରୁ ଅଫର ମିଳିଥିଲା।

ବଲିଉଡର ଅନେକ ଫିଲ୍ମରେ ରାଜେଶ ଅଭିନୟ କରିଛନ୍ତି । ହେଲେ ଅସଲ ସଫଳତା ଫିଲ୍ମ ବିରାନା ପରେ ସେ ହାସଲ କରିଥିଲେ। ଏହି ଫିଲ୍ମରେ ସେ ଜଣେ ବୃଦ୍ଧ ତାନ୍ତ୍ରିକ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ରିଲିଜ ହେବା ପରେ ସେ ରାତାରାତି ଷ୍ଟାର ହୋଇଥିଲେ।

୨୦୧୬ ମସିହା ଜାନୁଆରୀ ମାସରେ ରାଜେଶ ଏକ ଫିଲ୍ମ ଶୁଟିଂ କରୁଥିବାବେଳେ ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ତାଙ୍କୁ ଏତେ ମାତ୍ରାରେ କଷ୍ଟ ହୋଇଥିଲା ଯେ, ସେ ଛଟପଟ୍ ହୋଇ ସେଟ୍ରେ ପଡିଯାଇଥିଲେ। ତାଙ୍କୁ ତରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ମହାନ କଳାକାର ରାଜେଶ ବିବେକଙ୍କର ମୃତ୍ୟୁ ହୋଇଥିଲା।
from Prameya News7 https://ift.tt/2or0kO1
No comments: