ଉନ୍ମୋଚନ ହେଲା ୧୫୦ ଟଙ୍କିଆ ମୁଦ୍ରା ! ବାପୁଙ୍କ ୧୫୦ ତମ ଜୟନ୍ତୀରେ ୧୫୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି Kanak News

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ୧୫୦ ଟଙ୍କିଆ ସ୍ମରଣିକା ମୁଦ୍ରାର ଉନ୍ମୋଚନ କରିଛନ୍ତି ।ଏକ ସମାରୋହରେ ସେ କହିଛନ୍ତି ଯେ ଆଜିକାଲି ବିଶ୍ୱ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ ମହାତ୍ମାଙ୍କ ଦର୍ଶନ ଓ ବାଣୀରେ ରହିଛି । ଆଜି ଭାରତ ଖୋଲା ଶୌଚ ମୁକ୍ତ ଦେଶ ହୋଇପାରିଛି । ଦେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିପାରିଲେ ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଗସ୍ତ କରିବା ପରେ ସାବରମତୀ ନଦୀ କୂଳରେ ଅନୁଷ୍ଠିତ ଏହି ସଭାରେ ସେ କହିଛନ୍ତି ଯେ ମିଳିତ ଜାତିସଂଘ ମହାତ୍ମାଙ୍କ ଜୟନ୍ତୀକୁ ଉତ୍ସାହର ସହ ପାଳନ କରୁଛି । କିଛିଦିନ ତଳେ ଜାତିସଂଘ ମହାତ୍ମାଙ୍କ ସ୍ମୃତିରେ ଏକ ଡାକଟିକଟ ଉନ୍ମୋଚନ କରିଥିଲା । ସାବରମତୀ ଆଶ୍ରମର ପରିଦର୍ଶକ ପୁସ୍ତିକାରେ ସେ ଲେଖିଛନ୍ତି ଯେ ମହାତ୍ମାଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ଆମେ ପାଳନ କରିପାରିଛେ ।

 

ଏହା ପୂର୍ବରୁ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାପୁଙ୍କୁ ରାଜଘାଟଠାରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଲୋକଙ୍କୁ ଗାନ୍ଧୀ ସତର୍କ କରାଇଥିବା ୭ଟି ବିକାର ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ମୋଦୀ ବିଜୟ ଘାଟ ଯାଇ ଶାସ୍ତ୍ରୀଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉପରାଷ୍ଟ୍ରପତି ଏହି ଅବସରରେ ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଗାନ୍ଧୀଙ୍କର ନୀତିକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହିତ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ତାଙ୍କ ଝିଅ ପ୍ରତିଭା ଆଡ଼ଭାନୀ ଗାନ୍ଧୀଙ୍କୁ ରାଜଘାଟଠାରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।



from Kanak News https://ift.tt/2n4nNV3 https://ift.tt/2nZduCd
ଉନ୍ମୋଚନ ହେଲା ୧୫୦ ଟଙ୍କିଆ ମୁଦ୍ରା ! ବାପୁଙ୍କ ୧୫୦ ତମ ଜୟନ୍ତୀରେ ୧୫୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି Kanak News ଉନ୍ମୋଚନ ହେଲା ୧୫୦ ଟଙ୍କିଆ ମୁଦ୍ରା ! ବାପୁଙ୍କ ୧୫୦ ତମ ଜୟନ୍ତୀରେ ୧୫୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି Kanak News Reviewed by SUBHENDU BARAL on October 02, 2019 Rating: 5

No comments:

Powered by Blogger.