ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ । ବିନା ପଞ୍ଜୀକୃତ ଗାଡି ବିକିଲେ ସୋରୁମ ମାଲିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ, ବାତିଲ ହେବ ଲାଇସେନ୍ସ । Kanak News

କନକ ବ୍ୟୁରୋ : ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ । ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର । ଦଶହରା ପୂଜା ବେଳେ କୌଣସି ଗାଡି ଡିଲର ବିନା ରେଜିଷ୍ଟ୍ରେସନ କୌଣସି ଗାଡି ବିକ୍ରି କରିପାରିବେ ନାହିଁ । ଆଉ କୌଣସି ସୋ ରୁମ ମାଲିକ ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର । ଏଥିସହ ଯେମିତି କୌଣସି ଗାଡି ଡିଲର ପଞ୍ଜୀକରଣ ହୋଇନଥିବା ଗାଡି ବିକ୍ରି ନକରିବେ ସେ ନେଇ ତଦାରଖ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।
ଅକ୍ଟୋବର ୫ ଓ ୭ ତାରିଖରେ ଆରଟିଓ ଅଫିସର ପଞ୍ଜିକରଣ ବିଭାଗ ଖୋଲା ରହିବ । ଆସନ୍ତା ୫ ତାରିଖରୁ ଦଶହରା ଛୁଟି ହେବ । ପାର୍ବଣ ସମୟରେ ପ୍ରାୟ ସବୁ ସୋରୁମ ଆକର୍ଷଣୀୟ ଅଫରମାନ ରଖୁଛନ୍ତି । ତେଣୁ ଗାଡି କିଣା ହାର ବୃଦ୍ଧି ପାଇବ । ଆଉ ପୂଜା ଛୁଟି ଯୋଗୁଁ ଗାଡି ରେଜିଷ୍ଟ୍ରେସନ କରିବା ସମ୍ଭବ ହେବ ନାହିଁ । ତେଣୁ ପରିବହନ କମିସନର ପୂଜା ଛୁଟିରେ ମଧ୍ୟ ଆରଟିଓ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅକ୍ଟୋବର ୫ ଓ ୭ ତାରିଖରେ ଆରଟିଓ ଅଫିସ ଅପରାହ୍ନ ୩ଟାରୁ ୫ଟା ଯାଏଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର । ଏହି ସମୟରେ ଗାଡି ଡିଲରମାନେ ରେଜିଷ୍ଟ୍ରେସନ ପାଇଁ ଆବଶ୍ୟକ କାଗଜପତ୍ର ଅଫିସରେ ଦାଖଲ କରି ରେଜିଷ୍ଟ୍ରେସନ ନମ୍ବର ନେଇପାରିବେ । ବିନା ରେଜିଷ୍ଟ୍ରେସନ ଗାଡି କୌଣସି ସୋ ରୁମ ମାଲିକମାନେ ବିକ୍ରି କଲେ ସେମାନଙ୍କ ଟ୍ରେଡ ଲାଇସେନ୍ସ ବାତିଲ କରାଯିବ ବୋଲି କହିଛନ୍ତି କମିସନର । ତେବେ ଏହି ପୂଜା ଛୁଟି ସମୟରେ ଡିଏଲ ଓ ଲର୍ଣ୍ଣିଂ ଲାଇସେନ୍ସ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
from Kanak News https://ift.tt/2oAYxX5 https://ift.tt/2pp0d6b
No comments: