ଆଜି ଠାରୁ ପ୍ଲାଷ୍ଟିକକୁ ନା : ସବୁ ସହରାଞ୍ଚଳରେ ପଲିଥିନ ନିଷିଦ୍ଧ, ପ୍ଲାଷ୍ଟିକ୍ ବ୍ୟବହାର ସମୟରେ ଧରାପଡିଲେ ଗଣିବ ମୋଟା ଅଙ୍କର ଜରିମାନା, ଯିବେ ଜେଲ୍ Kanak News

କନକ ବ୍ୟୁରୋ : ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ । ଆଜି ଠାରୁ ରାଜ୍ୟରେ ବନ୍ଦ ହେଲା ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ବା ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ । ଥରେ ବ୍ୟବହାର ହେଉଥିବା ଥର୍ମକୁଲ ଉପରେ ମଧ୍ୟ କଟକଣା ଲାଗିଛି । ଏହାକୁ ଆଉ ବ୍ୟବହାର କରିବାକୁ ଦିଆଯିବନାହିଁ । ଭୋଜିଭାତରେ ଆଉ ଥର୍ମୋକୁଲ ଥଳି, ଗ୍ଲାସ, ପ୍ଲେଟ୍, ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ଗ୍ଲାସ ନଳୀ ପ୍ରଭୃତିର ବ୍ୟବହାର ଉପରେ ଲାଗିଲା କଟକଣା । ଆଜିି ଠାରୁ ଏହାର ବ୍ୟବହାର କରି ଧରାପଡିଲେ ଆପଣ ଦଣ୍ଡିତ ହୋଇପାରନ୍ତି ।

ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉତ୍ପାଦନ କଲେ ଓ ମହଜୁଦ ରଖିଲେ ଆପଣଙ୍କୁ ୧ଲକ୍ଷ ଟଙ୍କା ଯାଏଁ ଫାଇନ ଦେବାକୁ ପଡିପାରେ । ଏଥିସହ ୫ବର୍ଷ ଜେଲ ମଧ୍ୟ ହୋଇପାରେ । ତେଣୁ ବଜାରରୁ ପରିବା ପାଇଁ ଯିବାବେଳେ କିଂବା କୌଣସି ସାମଗ୍ରୀ ଆଣିବାକୁ ଗଲା ବେଳେ ଏଣିକି ସାଙ୍ଗରେ କପଡା ବ୍ୟାଗ ନେବାକୁ ପଡିବ । ନଚେତ୍ ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ତ ମିଳିବନି । ଆଉ ଯଦି ବି ମିଳିଲା ଧରାପଡିଲେ ଆପଣ ବଡ ମାତ୍ରାରେ ଜରିମାନା ଗଣିବା ଏକ ପ୍ରକାର ନିଶ୍ଚିତ ।

ପ୍ଲାଷ୍ଟିକର ବ୍ୟବହାର ବନ୍ଦ ହେବା ସହ ଏହାର ଉଚିତ ପରିଚାଳନା ଓ ପୁନଃଚକ୍ରଣ ନେଇ ପୌର ସଂସ୍ଥାଗୁଡ଼ିକ ପଦକ୍ଷେପ ନେବେ। ପ୍ରତି ଜିଲ୍ଲାରେ ଜିଲ୍ଲାପାଳମାନେ ଅତିରିକ୍ତ ଜିଲ୍ଲାପାଳ, ଏସ୍ପି, ବନ ବିଭାଗ ଅଧିକାରୀ, ତହସିଲ୍ଦାର୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ପୌର ସଂସ୍ଥାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବେ। ଏହି ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଗତ ବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପାଞ୍ଚଟି ମହାନଗର ନିଗମ ଓ ପୁରୀ ସହରରେ ପ୍ଲାଷ୍ଟିକ୍ ନିଷିଦ୍ଧ କରାଯାଇଥିଲା। ଏହା ମଧ୍ୟରେ ପାଖାପାଖି ଏକ ବର୍ଷ ବିତିଯାଇଥିଲେ ବି ୬ଟି ସହରରୁ ପ୍ଲାଷ୍ଟିକ୍ ନିଷିଦ୍ଧ କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ସଫଳ ହୋଇ ନାହିଁ। ତେଣୁ ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ କେବଳ ଘୋଷଣାରେ ରହିବ ନା ବାସ୍ତବରେ କାର୍ୟ୍ୟକାରୀ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ।



from Kanak News https://ift.tt/2nFWOzn https://ift.tt/2oomNeY
ଆଜି ଠାରୁ ପ୍ଲାଷ୍ଟିକକୁ ନା : ସବୁ ସହରାଞ୍ଚଳରେ ପଲିଥିନ ନିଷିଦ୍ଧ, ପ୍ଲାଷ୍ଟିକ୍ ବ୍ୟବହାର ସମୟରେ ଧରାପଡିଲେ ଗଣିବ ମୋଟା ଅଙ୍କର ଜରିମାନା, ଯିବେ ଜେଲ୍ Kanak News ଆଜି ଠାରୁ ପ୍ଲାଷ୍ଟିକକୁ ନା : ସବୁ ସହରାଞ୍ଚଳରେ ପଲିଥିନ ନିଷିଦ୍ଧ, ପ୍ଲାଷ୍ଟିକ୍ ବ୍ୟବହାର ସମୟରେ ଧରାପଡିଲେ ଗଣିବ ମୋଟା ଅଙ୍କର ଜରିମାନା, ଯିବେ ଜେଲ୍ Kanak News Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.