
କନକ ବ୍ୟୁରୋ : ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ତେବେ ୬ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ନବମୀ ଓ ଦଶମୀ ତଥା ଦଶହରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ଥିବା ଲଘୁଚାପ ବଳୟର ପ୍ରକୋପ ଶୁକ୍ରବାରଠାରୁ କମିବ। ୬ ତାରିଖ ବେଳକୁ ପଶ୍ଚିମବଙ୍ଗ, ଓଡ଼ିଶା ଉପରେ ଏକ ବିସ୍ତୃତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତେଣୁ ବର୍ତମାନ ରାଜ୍ୟକୁ ବହୁଥିବା ପଶ୍ଚିମା ପବନ ପରିବର୍ତେ ସାମୁଦ୍ରିକ ପୂର୍ବା ପବନ ବହିବ। ଫଳରେ ରାଜ୍ୟରେ ବର୍ଷା ହେବ।

୯ରୁ ୧୨ ତାରିଖ ମଧ୍ୟରେ ବର୍ଷାର ପରିମାଣ କମିଲେ ମଧ୍ୟ ପ୍ରତ୍ୟେକ ଦିନ ବର୍ଷା ଲାଗିରହିବ। ପଶ୍ଚିମବଙ୍ଗ, ଓଡ଼ିଶା ଓ ଛତିଶଗଡ଼ରେ କୁମାରପୂର୍ଣ୍ଣିମା ପରେ ଅର୍ଥାତ୍ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ବର୍ଷା ୨୨ ତାରିଖରେ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି।
from Kanak News https://ift.tt/31LWRsh https://ift.tt/31vPq8B
No comments: