ନଦୀରେ ବୁଡିଗଲା ଡଙ୍ଗା : ୭ ମୃତ, ୫୦ ନିଖୋଜ

ମାଲଦା ୪।୧୦: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ମହାନନ୍ଦା ନଦୀରେ ଅଘଟଣ । ଡଙ୍ଗା ବୁଡି ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ନିଖୋଜ ଅଛନ୍ତି । ଜଗନ୍ନାଥପୁର ସ୍ଥିତ ମହାନନ୍ଦା ନଦୀରୁ ଡଙ୍ଗାରେ ଦିନାଜପୁର ବୋଟ୍ ଉତ୍ସବ ଦେଖିବାକୁ ଯାଉଥିବା ବେଳେ ମୁକୁନ୍ଦପୁର ଘାଟଠାରେ ଡଙ୍ଗାଟି ବୁଡି ଯାଇଥିଲା ।

ଡଙ୍ଗାରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ । ଅନେକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଘଟଣା ସ୍ଥଳରେ ଏନଡିଆରଏଫ ଟିମ୍ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡଙ୍ଗାରେ ସାଇକେଲ, ବାଇକ୍ ବି ରଖାଯାଇଥିଲା।



from Prameya News7 https://ift.tt/2AHHWDy
ନଦୀରେ ବୁଡିଗଲା ଡଙ୍ଗା : ୭ ମୃତ, ୫୦ ନିଖୋଜ ନଦୀରେ ବୁଡିଗଲା ଡଙ୍ଗା : ୭ ମୃତ, ୫୦ ନିଖୋଜ Reviewed by SUBHENDU BARAL on October 03, 2019 Rating: 5

No comments:

Powered by Blogger.