ମାଲଦା: ପଶ୍ଚିମବଙ୍ଗ ମାଲଦାରେ ଡଙ୍ଗା ବୁଡ଼ି ୫ ଜଣ ପ୍ରାଣ ହରାଇଛନ୍ତି। ତେବେ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ତଲାସ ଅଭିଯାନ ଜାରି ରହିଛି। ଗୁରୁବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।
ବୋଟ୍ ରେସ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାଖାପାଖି ୬୦ ଜଣ ଲୋକ ଡଙ୍ଗାରେ ଜଗଦିଶ୍ପୁର ଘାଟିରୁ ବିହାରର କଟିହାର ଯାଉଥିଲେ। ଏହି ସମୟରେ ମହାନନ୍ଦା ନଦୀର ଜଗଦିଶ୍ପୁର ଠାରେ ଡଙ୍ଗାଟି ବୁଡ଼ି ଯାଇଥିଲ।
ଖବରପାଇ ପୁଲିସ୍, ଏନ୍ଡିଆର୍ଏଫ୍ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଡଙ୍ଗାରେ ଆବଶ୍ୟକତାରୁ ଅଧିକ ସଂଖ୍ୟକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।
from OTV Khabar. https://ift.tt/336j3xH
ପଶ୍ଚିମବଙ୍ଗରେ ଡଙ୍ଗା ବୁଡ଼ି ୫ ମୃତ, ୨୦ରୁ ଊର୍ଦ୍ଧ୍ୱ ଉଦ୍ଧାର Rajalaxmi Sahoo
Reviewed by SUBHENDU BARAL
on
October 03, 2019
Rating:
No comments: