ଚୀନ୍ ବିପକ୍ଷରେ ନୂଆ ଯୁଦ୍ଧ କୌଶଳ ପରୀକ୍ଷା କରିବ ଭାରତୀୟ ସେନା ! ଅରୁଣାଚଳ ପ୍ରଦେଶରେ ୧୪ ହଜାର ଫୁଟ୍ ଉଚ୍ଚରେ କରିବ ପରୀକ୍ଷା । Kanak News

ଅରୁଣାଚଳ ପ୍ରଦେଶ ଠାରେ ବାସ୍ତବ ନିୟନ୍ତ୍ରଣ ରେଖା ଠାରୁ ୧୦୦ କିଲୋମିଟର ପଛ ସୀମାନ୍ତ ଅଞ୍ଚଳ ଏବଂ ସମୁଦ୍ର ପତ୍ତନ ଠାରୁ ୧୪, ୦୦୦ ଫୁଟ ଉଚ୍ଚରେ ଚୀନ୍ ବିପକ୍ଷରେ ନୂଆ ଯୁଦ୍ଧ କୌଶଳ ପରୀକ୍ଷା ପାଇଁ ଭାରତୀୟ ସେନା ଅଭ୍ୟାସ ଆରମ୍ଭ କରିଛି। ଆସନ୍ତା ତିନି ସପ୍ତାହବ୍ୟାପୀ ତାଓ୍ଵାଙ୍ଗ୍ ନିକଟସ୍ଥ ଅରୁଣାଚଳ ପ୍ରଦେଶର ଉପର ପାର୍ଶ୍ୱରେ ପର୍ୟ୍ୟାୟକ୍ରମେ ନୂତନ ଭାବେ ପରିକଳ୍ପିତ ‘ଇଣ୍ଟେଗ୍ରେଟେଡ୍ ବ୍ୟାଟଲ୍ ଗ୍ରୁପ୍’ର (ଆଇବିଜି) ସାମର୍ଥ୍ୟ ପରୀକ୍ଷା କରାଯିବ।
ଅଭ୍ୟାସର ପ୍ରାରମ୍ଭିକ ଉପକ୍ରମ ଆରମ୍ଭ ହୋଇ ଯାଇଛି। ଏହା ଛୋଟ ଛୋଟ ପର୍ୟ୍ୟାୟରେ ଚାଲିବା ପରେ ଅକ୍ଟୋବର ୨୫ ତାରିଖ ଦିନ ଚୂଡ଼ାନ୍ତ ପର୍ୟ୍ୟାୟ ସମାପନ ହେବ। ଅଭ୍ୟାସ ଅଞ୍ଚଳରେ ସୀମିତ ହୋଇଥିବାରୁ କେବଳ ପର୍ୟ୍ୟାୟ କ୍ରମେ ହିଁ ଅଭ୍ୟାସ ସମ୍ଭବ। ବାସ୍ତବ ନିୟନ୍ତ୍ରଣ ରେଖାର ଅତି ନିକଟକୁ ଯାଇ ପାରୁ ନ ଥିବା କାରଣରୁ ସୀମିତ ସ୍ଥାନ ମଧ୍ୟରେ ସାମରିକ ଅଭ୍ୟାସ ଚଳାଇବା ଗୋଟାଏ ବଡ଼ ଚାଲେଞ୍ଜ୍।ଅରୁଣାଚଳ ପ୍ରଦେଶର ତଳମୁଣ୍ଡରେ ଏହି ସମରାଭ୍ୟାସ ହେବ ବୋଲି ଯୋଜନା କରାଯାଇଥିଲା, କିନ୍ତୁ ଯୁଦ୍ଧର ଆଶଙ୍କା ଥିବା ଉପରମୁଣ୍ଡରେ ହିଁ ଏହି ଅଭ୍ୟାସ କରିବାକୁ ସେନା ଚାହିଁଲା। ଚୀନ୍ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ୧୫୦୦୦ ଫୁଟ୍ ଉପରେ ଏହି ସ୍ଥାନଗୁଡ଼ିକରେ ଫର୍ଓ୍ଵାର୍ଡ ବାଟାଲିୟାନ୍ ଏବଂ ପୋଷ୍ଟ୍ ଆଦି ରହିଛି।
from Kanak News https://ift.tt/334xty2 https://ift.tt/2OjcWSh

No comments: