ଗୁଣି ଗାରେଡିକୁ ନେଇ ୭ଜଣଙ୍କ ଦାନ୍ତ ଭାଙ୍ଗି ନିର୍ଯ୍ୟାତନା ଦେବା ମାମଲାରେ ୨୯ଜଣଙ୍କୁ ଗିରଫ କଲା ପୋଲିସ : ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ

ଗଞ୍ଜାମ ୩/୧୦: ଗଞ୍ଜାମ ଜିଲ୍ଲାରେ ପୁଣି ଗୁଣି ଗାରେଡିକୁ ନେଇ ଅଭାବନୀୟ ଘଟଣା । ଖଲ୍ଲିକୋଟ୍ ବ୍ଳକ୍ ଚିକିଲି ପଞ୍ଚାୟତର ଗୋପପୁର ଗାଁରେ ଗତ  ୩୦ ତାରିଖରେ ୭ ଜଣଙ୍କୁ ଦାନ୍ତ ଭାଙ୍ଗି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗାଁରେ  ତୀବ୍ର ଉତ୍ତେଜନା ଦେଖାଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ୨୨ ଜଣ ମହିଳା ଓ ୭ ଜଣ ପୁରୁଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ପୂର୍ବରୁ ଗାଁର ୩ ଜଣ କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ ।  ପରେ ଆଉ ୩ ଜଣ ଅସୁସ୍ଥ ହୋଇପଡିଥିଲେ ।   ପୁଲିସ୍ ୨୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଗାଆଁ ପୁରୁଷ ଶୂନ୍ୟ ହୋଇଯାଇଛି । ଘଟଣା ଉପରେ କଡା ନଜର ରଖଛି ପୋଲିସ । ଆହତ ମାନଙ୍କୁ ବ୍ରହ୍ମପୁର  ବଡ ମେଡିକାଲରେ ଭର୍ତ୍ତି  କରାଯାଇଛି



from Prameya News7 https://ift.tt/2ppWnK2
ଗୁଣି ଗାରେଡିକୁ ନେଇ ୭ଜଣଙ୍କ ଦାନ୍ତ ଭାଙ୍ଗି ନିର୍ଯ୍ୟାତନା ଦେବା ମାମଲାରେ ୨୯ଜଣଙ୍କୁ ଗିରଫ କଲା ପୋଲିସ : ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ଗୁଣି ଗାରେଡିକୁ ନେଇ ୭ଜଣଙ୍କ ଦାନ୍ତ ଭାଙ୍ଗି ନିର୍ଯ୍ୟାତନା ଦେବା ମାମଲାରେ ୨୯ଜଣଙ୍କୁ ଗିରଫ କଲା ପୋଲିସ : ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ Reviewed by SUBHENDU BARAL on October 02, 2019 Rating: 5

No comments:

Powered by Blogger.