ପାଟନା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ରାମ୍ କ୍ରିପାଲ୍ ଯାଦବ। ପାଟନାରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ବେଳେ ନଦୀ ଭିତରେ ଡଙ୍ଗା ଓଲଟି ପଡ଼ିବାରୁ ସେ ନଦୀରେ ବୁଡ଼ି ଯାଇଥିଲେ। ତେବେ ତତ୍କ୍ଷଣାତ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ, ରାମ୍ କ୍ରିପାଲ୍ ନିଜ ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବାପାଇଁ ଦରଧା ନଦୀ ପାର୍ ହେଉଥିବା ବେଳେ ଡଙ୍ଗାଟି ହଠାତ୍ ଓଲଟି ପଡ଼ିଥିଲା। ଗ୍ୟାସ୍ ଭର୍ତ୍ତି ଟାୟାର ଟ୍ୟୁବ୍ ଓ ବାଉଁଶରେ ନିର୍ମିତ ଏହି ଡଙ୍ଗାରେ ସେ ତାଙ୍କର ସମର୍ଥକଙ୍କ ସହ ଯାତ୍ରା କରୁଥିଲେ। ତେବେ ଡଙ୍ଗାଟି କୂଳରେ ଲାଗିବାକୁ ମାତ୍ର ଅଳ୍ପ ବାଟ ଥିବାବେଳେ ଏହା ଓଲଟି ପଡ଼ିଥିଲା। ଫଳରେ ସାଂସଦ ପାଣି ଭିତରେ ବୁଡ଼ି ଯିବା ସହ ବେହୋସ ହୋଇଯାଇଥିଲେ।
ଏହି ସମୟରେ ନଦୀ କୂଳରେ ସାଂସଦଙ୍କୁ ଅପେକ୍ଷା କରିଥିବା ଗାଁ ଲୋକେ ସାଂସଦ ବୁଡ଼ି ଯାଉଥିବା ତତ୍କ୍ଷଣାତ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଗତ ସେପ୍ଟେମ୍ବର ମାସର ଶେଷ ୩ ଦିନ ଧରି ବିହାରରେ ଲଗାଣ ବର୍ଷାରେ ୫୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୧.୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
from OTV Khabar. https://ift.tt/2o3W2fV
No comments: