ଆସାମ ଭଳି ଓଡ଼ିଶାରେ ବି ଲାଗୁ ହୋଇପାରେ ଏନ୍.ଆର୍.ସି : ଜାତୀୟ ରେଜିଷ୍ଟ୍ରାର୍ ଜେନେରାଲଙ୍କୁ ଚିଠି ଲେଖି ଜଣାଇଲେ ଗୃହ ମନ୍ତ୍ରଣାଳୟ

ଭୁବନେଶ୍ବର ୩/୧୦: ଓଡ଼ିଶାରେ ଲାଗୁ ହୋଇପାରେ ଏନଆରସି । ଏନେଇ ଭାରତର ରେଜିଷ୍ଟ୍ରାର୍ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ ।  ଚିଠିରେ କେନ୍ଦ୍ରାପଡ଼ାରେ ଏନ୍ଆରସି ଲାଗୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଚଳିତବର୍ଷ ଜାନୁଆରୀ ୨୧ରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ଉଲ୍ଲେଖ ଅଛି ।

ଚିଠିରେ କୁହାଯାଇଛି, ଏନ୍ଆରସି ଲାଗୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି ।ଏଥିପାଇଁ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ତେଣୁ ଆମିକସ୍ କ୍ୟୁରିଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ଏ ନେଇ ଆମିକସ୍ କ୍ୟୁରି ଗୃହ ମନ୍ତ୍ରଣାଳୟକୁ ଇ-ମେଲ୍ ପଠାଇଥିଲେ । ଆଉ ଏହି ଇ-ମେଲକୁ ରେଜିଷ୍ଟ୍ରାର୍ ଜେନେଲାଲକୁ ପଠାଇଛି ଗୃହ ମନ୍ତ୍ରଣାଳୟ । ପୂର୍ବରୁ ଆସାମରେ ଏନ୍ଆରସି ଲାଗୁ କରାଯାଇଛି ।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ସାରା ଦେଶରେ ଏନଆରସି ଲାଗୁ ହେବ । ଏବେ ଏହି ଚିଠି ପରେ କେନ୍ଦ୍ରପଡାରେ ଏନ୍ଆରସି ଲାଗୁ ହୋଇପାରେ ବୋଲି କୁହାଯାଉଛି । ଏ ସଂପର୍କରେ କେନ୍ଦ୍ରାପଡ଼ାରେ ରହୁଥିବା ବାଂଲାଦେଶୀ ନାଗରିକମାନେ କହିଛନ୍ତି ଯେ ସେମାନେ ପଶ୍ଚିମବଙ୍ଗରୁ ଏଠାକୁ ଆସିଥିଲେ । ହେଲେ ସେମାନଙ୍କ ପିଲାମାନେ ଏଠାରେ ଜନ୍ମ ହୋଇଥିବାବେଳେ ସେମାନେ  ଓଡ଼ିଶା ଛାଡ଼ି ଯିବେନାହିଁ ବୋଲି କହିଛନ୍ତି।



from Prameya News7 https://ift.tt/2oDaAD6
ଆସାମ ଭଳି ଓଡ଼ିଶାରେ ବି ଲାଗୁ ହୋଇପାରେ ଏନ୍.ଆର୍.ସି : ଜାତୀୟ ରେଜିଷ୍ଟ୍ରାର୍ ଜେନେରାଲଙ୍କୁ ଚିଠି ଲେଖି ଜଣାଇଲେ ଗୃହ ମନ୍ତ୍ରଣାଳୟ ଆସାମ ଭଳି ଓଡ଼ିଶାରେ ବି ଲାଗୁ ହୋଇପାରେ ଏନ୍.ଆର୍.ସି : ଜାତୀୟ ରେଜିଷ୍ଟ୍ରାର୍ ଜେନେରାଲଙ୍କୁ ଚିଠି ଲେଖି ଜଣାଇଲେ ଗୃହ ମନ୍ତ୍ରଣାଳୟ Reviewed by SUBHENDU BARAL on October 02, 2019 Rating: 5

No comments:

Powered by Blogger.