ଲାଇଭ୍‌ ରିପୋର୍ଟିଙ୍ଗ ଚାଲୁଥିବାବେଳେ ମହିଳା ରିପୋର୍ଟରଙ୍କୁ ଚୁମ୍ବନ ଦେଇ ଅଡ଼ୁଆରେ ଏହି ବ୍ୟକ୍ତି… Rajalaxmi Sahoo

ଲୁଇସ୍‌ଭିଲେ: ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ରିପୋର୍ଟିଙ୍ଗ କରୁଥିବା ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍‌ କ୍ୟାମେରା(On air Camera)ରେ ଜଣେ ବ୍ୟକ୍ତି ଚୁମ୍ବନ କରିବା ପାଇଁ ପ୍ରୟାସ କରୁଥିବା ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଛି। ଏଭଳି ବ୍ୟବହାର ପାଇଁ ଉକ୍ତ ବ୍ୟକ୍ତିଙ୍କୁ କେବଳ ପଶ୍ଚାତାପ ହୋଇନାହିଁ ବରଂ ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ଏହି ଘଟଣାକୁ ନେଇ ରିପୋର୍ଟଙ୍କ ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ଘଟଣା ଗତ ଶୁକ୍ରବାର ଆମେରିକାର କେଣ୍ଟୁକି ରାଜ୍ୟର ଲୁଇସ୍‌ଭିଲେରେ ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ, ଏଠାରେ ବୋର୍‌ବୋନ୍‌ ଏଣ୍ଡ୍‌ ବିୟନ୍‌ଡ୍‌ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ ଚାଲୁଥିଲା। ଏହି ଅବସରରେ କାର୍ଯ୍ୟକ୍ରମର ରିପୋର୍ଟିଙ୍ଗ ଜଣେ ମହିଳା ରିପୋର୍ଟର କରୁଥିଲେ। ଯେତେବେଳେ ସେ ଲାଇଭ୍‌ ରିପୋର୍ଟିଙ୍ଗ କରୁଥିଲେ ଏହି ସମୟରେ ତାଙ୍କ ପଛରେ ଜଣେ ବ୍ୟକ୍ତି ଆସି ପ୍ରଥମେ ଠିଆ ହୋଇଥିଲେ। ଏହାପରେ ସେ ଚାଲି ଯାଇଥିଲେ। ତେବେ ପୁଣି ହଠାତ୍‌ ଉକ୍ତ ବ୍ୟକ୍ତି ଜଣକ ଆସି ରିପୋର୍ଟରଙ୍କୁ ଚୁମ୍ବନ କରିବା ପାଇଁ ପ୍ରୟାସ କରିଥିଲେ। ତେବେ ଏହି ସମୟରେ ରିପୋର୍ଟର ଜଣକ କୌଶଳ କ୍ରମେ ନିଜକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ରକ୍ଷା କରିଥିଲେ। ଯେହେତୁ ଏହା ଲାଇଭ୍‌ ପ୍ରୋଗ୍ରାମ୍‌ ଥିଲା ତେଣୁ ଏସବୁ ଘଟଣାର ଦୃଶ୍ୟ ଟିଭିରେ ପ୍ରସାରିତ ବି ହୋଇଥିଲା।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏହି ଘଟଣାପରେ ମହିଳା ରିପୋର୍ଟର ଜଣକ ଟିକେ ଚିନ୍ତିତ ହୋଇଯାଇଥିଲେ। ହେଲେ ସେ ନିଜକୁ ସମ୍ଭାଳିଥିଲେ ଓ କହିଥିଲେ- ଏହା ଠିକ୍‌ ନ ଥିଲା। ଏହାପରେ ଆଙ୍କର ରିପୋର୍ଟରଙ୍କୁ କହିଥିଲେ, ପୁଲିସ୍‌ ନିକଟକୁ ଯାଇ ଏହାର ଅଭିଯୋଗ କରନ୍ତୁ।

ଘଟଣାର ତଦନ୍ତ ପରେ ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା। ତାଙ୍କ ବିରୋଧରେ ଶାରୀରିକ ଶୋଷଣ ମାମଲା ରୁଜୁ କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ, ମାମଲା ରୁଜୁ ହେବାପରେ ବ୍ୟକ୍ତି ଜଣକ ଲିଖିତ ଭାବରେ ଏହି ଘଟଣା ପାଇଁ କ୍ଷମା ମାଗିଥିଲେ।



from OTV Khabar. https://ift.tt/2ml2gY3
ଲାଇଭ୍‌ ରିପୋର୍ଟିଙ୍ଗ ଚାଲୁଥିବାବେଳେ ମହିଳା ରିପୋର୍ଟରଙ୍କୁ ଚୁମ୍ବନ ଦେଇ ଅଡ଼ୁଆରେ ଏହି ବ୍ୟକ୍ତି… Rajalaxmi Sahoo ଲାଇଭ୍‌ ରିପୋର୍ଟିଙ୍ଗ ଚାଲୁଥିବାବେଳେ ମହିଳା ରିପୋର୍ଟରଙ୍କୁ ଚୁମ୍ବନ ଦେଇ ଅଡ଼ୁଆରେ ଏହି ବ୍ୟକ୍ତି… Rajalaxmi Sahoo Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.