ସେପ୍ଟେମ୍ବର ୨୮ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ରାଜନୈତିକ ଅସ୍ଥିରତା ଲାଗି ରହିଲେ ବି ତାହା ଆପଣଙ୍କ ପାଇଁ ଲାଭଦୟକ ହେବ । ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ବୃଷ – ଗୁରୁଜନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇ ସୁଖ ଅନୁଭବ କରିବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କୃଷିକର୍ମରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୭ ।

ମିଥୁନ – ଆର୍ଥିକ ସମସ୍ୟା ଦୂର ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବ ଓ ମଧୁରଭାଷୀ ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କର୍କଟ – ଆଶଙ୍କାରେ ଦିନ ବିତାଇ ପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ପାଇଁ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୫ ।

ସିଂହ – ଆର୍ଥିକ ଅନଟନ ଦୂରୀଭୂତ ହୋଇପାରେ । ବିଭିନ୍ନ ସ୍ତରରୁ ସହାୟତା ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ ହେବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୩ ।

କନ୍ୟା – କର୍ମକ୍ଷେତ୍ରକୁ ସହଜ ସୁଲଭ କରିବାକୁ ଉଦ୍ୟମ ଜାରି ରଖିବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଳ ସ୍ୱଭାବର ହେବେ । ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ । ପିଲାମାନଙ୍କ ପାଇଁ ମା’ମାନେ ଚିନ୍ତିତ ରହିବେ । ଶୁଭ ରଙ୍ଗ ବାଇଗଣୀ । ଶୁଭ ଅଙ୍କ ୧ ।

ତୁଳା – ସୁଖୀ ଓ ଚଳମନା ହେବେ । କର୍ମକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୬ ।

ବିଛା – ପରିଶ୍ରମର ମୂଲ୍ୟ ମିଳିବ । କୁଳମର୍ଯ୍ୟାଦାକୁ ଆଲୋକିତ କରିବାରେ ସକ୍ଷମ ହେବେ । ମନରେ ପ୍ରସନ୍ନତା ଦେଖା ଦେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ଧନୁ – କାର୍ଯ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ । ଭାଗ୍ୟଶାଳୀ, ଧର୍ମାତ୍ମା ପ୍ରେମୀ ହେବେ । ଭୋଗ-ବିଳାସରେ ଦିନଟି କଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପିଲାମାନଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ରହିପାରେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୨ ।

ମକର – ଗୃହରେ ମାନ-ମନାନ୍ତର ଘଟିପାରେ । ବାହାରେ ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

କୁମ୍ଭ – ଆଲୋଚନା ଉପକୃତ ହୋଇପାରେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ । ସମାଜସେବୀ ହେବେ । ମନରେ ଅହଂଭାବ ଆସିବ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମୀନ – ଲାଗି ରହିଥିବା ଜଞ୍ଜାଳରୁ ମୁକ୍ତ ହୋଇପାରନ୍ତି । ମନୋବଳ ଦୃଢ ରହିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରୀ କ୍ଷେତ୍ରରେ ବାଧା ଉପୁଜିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।



from Prameya News7 https://ift.tt/2nmEKd9
ସେପ୍ଟେମ୍ବର ୨୮ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ ସେପ୍ଟେମ୍ବର ୨୮ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.