ବିଶ୍ୱ ମଂଚରେ କାଶ୍ମୀରକୁ ନେଇ ପୁଣି ଥରେ ବିଳିବିଳେଇଲେ ଇମ୍ରାନ । କହିଲେ ଜାମ୍ମୁକାଶ୍ମୀରରୁ ସୈନ୍ୟ ହଟିଗଲେ ପୁଣି ହେବ ରକ୍ତପାତ, ଭାରତ ଦେଖିବ ଆଉ ଏକ ପୁଲୱାମା Kanak News

କନକ ବ୍ୟୁରୋ : ବିଶ୍ୱ ମଂଚରେ ପୁଣି ବିଳିବିଳେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । କହିଲେ, ଭାରତ ବେଆଇନ୍ ଭାବେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇ ଦେଇଛି । ଏଠାରୁ ସୈନ୍ୟ ପ୍ରତ୍ୟାହାର ହେଲେ ଘାଟିରେ ପୁଣି ରକ୍ତପାତ ହେବ । ଭାରତ ଦେଖିବ ଆଉ ଏକ ପୁଲୱାମା । ଆଉ ଏସବୁ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିବ ବୋଲି ମିଳିତ ଜାତିସଂଘରେ କହିଛନ୍ତି ଇମ୍ରାନ୍ ଖାନ୍ । ହେଲେ ତାଙ୍କ ଭାଷଣରେ ନଥିଲା ପାକିସ୍ତାନର କଥା । ଭାଷଣର ପୁରା ଫୋକସରେ ଥିଲା ଇସଲାମ୍ ଆତଙ୍କବାଦ ଓ କାଶ୍ମୀର କଥା ।

from Kanak News https://ift.tt/2nqxZXC https://ift.tt/2mtYuvm
No comments: