ଅହମଦାବାଦ: ଗୁଜରାତର ଆମ୍ବାଜି-ଡାଣ୍ଟା ହାଇେଓ୍ୱର ବାନସ୍କଣ୍ଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ଓ ୫୦ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଏପରି ହୋଇଛି। ରାଜସ୍ଥାନ ସୀମାନ୍ତବର୍ତ୍ତୀ ଆମ୍ବାଜି ହାଇେଓ୍ୱରେ ଯାଉଥିବା ଏହି ଘରୋଇ ବସଟି ତ୍ରିଶୁଳିଆ ଘାଟରେ ଏକ ବୁଲାଣି ନିକଟରେ ଓଲଟି ପଡ଼ିଥିଲା। ବସରେ ୭୦ରୁ ଅଧିକ ଯାତ୍ରୀ ଥିଲେ। ବସରେ ଥିବା ଯାତ୍ରୀ ମାନେ ଆମ୍ବାଜି ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ୨୧ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାଣ୍ଟା ଓ ପାଲନପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି। ତେବେ ବର୍ଷାରେ ରାସ୍ତା ଓଦା ଥିବା କାରଣରୁ ଡ୍ରାଇଭର ବ୍ରେକ୍ କଷିବା ବେଳେ ବସଟି ପଲଟି ମାରିଥିବା ଅନୁମାନ କରାଯାଇଛି।
from OTV Khabar. https://ift.tt/2o6ZXIg
No comments: