ପାଠ ପଢିବା ପାଇଁ ନଥାଏ କୌଣସି ବୟସସୀମା ।ଏହାକୁ ପ୍ରମାଣ କରି ଦେଖାଇଲେ କେରଳର ୮୫ ବର୍ଷିୟ ମହିଳା Kanak News

କନକ ବ୍ୟୁରୋ : ପାଠ ପଢିବା ପାଇଁ କୌଣସି ବୟସ ସୀମା ଯେ ନଥାଏ । ଏକଥାକୁ ପୁଣି ଥରେ କେରଳର ଜଣେ ମହିଳା ପ୍ରମାଣିତ କରି ଦେଖାଇଛନ୍ତି । ୮୫ ବର୍ଷ ବୟସରେ ମନରେ ପାଠ ପ୍ରତି ଥିବା ଦୁର୍ବଳତାକୁ ପରିପ୍ରକାଶ କରିଛନ୍ତି । କେବଳ ଯେ, ପରିପ୍ରକାଶ କରିଛନ୍ତି ତାହା ନୁହେଁ, ତାହାକୁ ପ୍ରମାଣିତ କି ଦେଖାଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେରଳ ୱାଇନାଡାର ଜଣେ ବୃଦ୍ଧା କେଏସଏଲଏମର ସଂସ୍ଥାରେ ପରୀକ୍ଷା ଦେଇଛନ୍ତି । ୮୫ ବର୍ଷିୟା ଆଦିବାସୀ ମହିଳା ଜଣକ ପରୀକ୍ଷା ଦେଇ ସ୍ଥାନୀୟ ଅଂଚଳର ବେଶ ଚର୍ଚ୍ଚିତ ହୋଇ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ପରୀକ୍ଷାରେ ମୋଟ ୨୯୯୩ ଜଣ ପରୀକ୍ଷାର୍ଥୀ ଥିଲେ ଆଉ ସବୁଠାରୁ ଅଧିକ ବୟସ୍କା ଥିଲେ ଏହି ୮୫ ବର୍ଷିୟ ମହିଳା ।  ମହିଳା ଜଣଙ୍କ ନାମ କେମ୍ବି ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ପରୀକ୍ଷାରେ ସେ ସଫଳ ମଧ୍ୟ ହୋଇଛନ୍ତି । କେମ୍ବି ପୂର୍ବରୁ ପ୍ରତିଦିନ ଦିନ ମଜୁରୀଆ ଭାବରେ କାମ କରି ନିଜ ପରିବାରର ଗୁଜୁରାଣ ମେଂଟାନ୍ତି ।

କିନ୍ତୁ ତାଙ୍କ ମନରେ ପଢା ପ୍ରତିଥିବା ଥିବା ଦୁର୍ବଳତାକୁ ମଧ୍ୟ ସେ ପୂରଣ କରିବାକୁ ଅବିରତ ଚେଷ୍ଟା କରନ୍ତି । ଆଉ ଏହାରି ମଧ୍ୟରେ ତାଙ୍କୁ ଏକ ଟ୍ରଷ୍ଟ ମାଧ୍ୟମରେ ପଢିବାର ସୁଯୋଗ ମିଳିଯାଏ ଓ ଏହାକୁ ଅତି ଉତ୍କଣ୍ଠାର ସହ ଗ୍ରହଣ କରନ୍ତି ମଧ୍ୟ ସେ । ସୁନୀତା ନାମକ ଜଣେ ମହିଳା ତାଙ୍କୁ ପାଠ ପଢିବା ପାଇଁ ପ୍ରେରଣା ଦିଅନ୍ତି । ଆଉ ସେହି ମହିଳାଙ୍କ କଥାକୁ ସଠିକ ଭାବରେ ଉପଯୋଗ କରିବା ସହ ପାଠପଢିବାକୁ ଲାଗନ୍ତି କେମ୍ବି । ରାଜ୍ୟର ଆଦିବାସୀ ବିକାଶ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାର ସେ ପରୀକ୍ଷାର୍ଥୀ ହୁଅନ୍ତି ଓ ସଫଳତା ମଧ୍ୟ ପାଆନ୍ତି । କେମ୍ବିଙ୍କର ୨ ପୁତ୍ର ଅଛନ୍ତି । ଉଭୟ ଶିକ୍ଷିତ ତେଣୁ ପାଠପଢାରେ ସେ ମତେ ସାହାଯ୍ୟ କରନ୍ତି ବୋଲି କେମ୍ବି କହନ୍ତି । କେବଳ ଏତିକି ନୁହେଁ ବରଂ ସହପାଠୀମାନେ ମଧ୍ୟ ମତେ ପଢିବାରେ ଅନେକ ସାହାଯ୍ୟ କରିଛନ୍ତି । ଏବଂ ଆଗାମୀ ଦିନରେ ମୋର କମ୍ପ୍ୟୁଟର ଶିକ୍ଷା କରିବାର ଅଛି ବୋଲି କେମ୍ବି କହିଛନ୍ତି ।



from Kanak News https://ift.tt/2o72X7u https://ift.tt/2o0VKpO
ପାଠ ପଢିବା ପାଇଁ ନଥାଏ କୌଣସି ବୟସସୀମା ।ଏହାକୁ ପ୍ରମାଣ କରି ଦେଖାଇଲେ କେରଳର ୮୫ ବର୍ଷିୟ ମହିଳା Kanak News ପାଠ ପଢିବା ପାଇଁ ନଥାଏ କୌଣସି ବୟସସୀମା ।ଏହାକୁ ପ୍ରମାଣ କରି ଦେଖାଇଲେ କେରଳର ୮୫ ବର୍ଷିୟ ମହିଳା Kanak News Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.