ଆଜିଠୁ ଦେଶର ସବୁଠୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ୍ ଏସ୍‌ବିଆଇରେ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ ୧୧୦: ଆଜିଠୁ ଦେଶର ସବୁଠୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ ଏସବିଆଇରେ ଲାଗୁ ହେବ ନୂଆ ନିୟମ । ମାସିକ ସର୍ବନିମ୍ନ ବାଲାନ୍ସ, ଟଙ୍କା ଉଠାଣ ଏବଂ ଡିପୋଜିଟ ଉପରେ ଚାର୍ଜ ଲାଗିବ । ମେଟ୍ରୋ ଏବଂ ଅର୍ବାନ ବ୍ରାଞ୍ଚ, ସେମି ଅର୍ବାନ ସେଣ୍ଟର ଏବଂ ରୁରାଲ ସେଣ୍ଟର ବ୍ରାଞ୍ଚରେ ଅଲଗା ଅଲଗା ଚାର୍ଜ ଦେବେ ଉପଭୋକ୍ତା ।

ମେଟ୍ରୋ ଏବଂ ଅର୍ବାନ ସେଣ୍ଟର ବ୍ରାଞ୍ଚରେ ମିନିମମ ଆକାଉଣ୍ଟ ବାଲାନ୍ସ ୩୦୦୦ ଟଙ୍କା ରଖିବେ ଗ୍ରାହକ । ଯଦି ଏହି ରାଶି ୫୦ ପ୍ରତିଶତ କମ୍ ଥାଏ, ତେବେ ଏଥିପାଇଁ ୧୦ ଟଙ୍କା ସହ ଜିଏସଟି ଦେବାକୁ ପଡିବ । ସେହିଭଳି ୫୦ ରୁ ୭୫ ପ୍ରତିଶତ କମ୍ ବାଲାନ୍ସ ଥିଲେ ୧୨ ଟଙ୍କା ଏବଂ ୭୫ ପ୍ରତିଶତରୁ କମ୍ ବାଲାନ୍ସ ଥିଲେ ୧୫ ଟଙ୍କା ସରଚାର୍ଜ ଦେବାକୁ ପଡିବ ।

ସେହିପରି ସେମି ଅର୍ବାନ କ୍ଷେତ୍ରରେ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ମିନିମମ୍ ବାଲାନ୍ସ ୨ ହଜାର ଟଙ୍କା ରଖିବାକୁ ପଡିବ । ନଚେତ୍ ଫାଇନ୍ ଭରିବାକୁ ପଡିବ । ୫୦ ପ୍ରତିଶତ ଥିଲେ ୭ ଟଙ୍କା ୫୦ ପଇସା, ୫୦ରୁ ୭୫ ପ୍ରତିଶତ ମଧ୍ୟରେ ବାଲାନ୍ସ ଥିଲେ ୧୦ ଟଙ୍କା ଏବଂ ୭୫ ପ୍ରତିଶତରୁ କମ୍ ବାଲାନ୍ସ ଥିଲେ ୧୨ ଟଙ୍କା ଚାର୍ଜ ଲାଗିବ । ରୁଲାଲ ସେଣ୍ଟର ବ୍ରାଞ୍ଚରେ ସର୍ବନିମ୍ନ ବାଲାନ୍ସ ୧ ହଜାର ଟଙ୍କା ରଖିବା ଜରୁରୀ । ଯଦି ୫୦ ପ୍ରତିଶତ କମ୍ ଥାଏ ତେବେ ୫ ଟଙ୍କା ଚାର୍ଜ ଲାଗିବ । ଏବଂ ୫୦ ରୁ ୭୫ ପ୍ରତିଶତ କମ୍ ବାଲାନ୍ସ ଥିଲେ ୭ ଟଙ୍କା ୫୦ ପଇସା ଚାର୍ଜ ଲାଗିବ ।

ଅନ୍ୟପଟେ ଟଙ୍କା ଉଠାଣ ଉପରେ ମଧ୍ୟ କଟକଣା ରହିଛି । ମାସିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇଲେ ୨ଟଙ୍କା ସରଚାର୍ଜ ଲାଗିବ । ସେହିପରି ୨୫ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ୧୦ ଟଙ୍କା ଏବଂ ୫୦ ହଜାରରରୁ ଲକ୍ଷେ ପର୍ଯ୍ୟନ୍ତ ୧୫ ଟଙ୍କା ସରଚାର୍ଜ ଲାଗିବ ।

ଅନ୍ୟପଟେ ଗୋଟିଏ ମାସରେ ୩ ଥର କ୍ୟାସ୍ ଡିପୋଜିଟ୍ କରିପାରିବେ । ଏହା ପରେ ଆଉ ୩ଟି ଟ୍ରାଞ୍ଜାକ୍ସନ ପାଇଁ ୫୦ ଟଙ୍କା ଚାର୍ଜ ଲାଗିବ । ମାସିକ ୨୫ ହଜାରରୁ ୫୦ ହଜାର ବାଲାନ୍ସ ରଖୁଥିବା ଆକାଉଣ୍ଟଧାରୀଙ୍କୁ ୧୦ଟି ଫ୍ରି କ୍ୟାସ୍ ୱିଡ୍ରଲ ସୁବିଧା ମିଳିବ । ଆକାଉଣ୍ଟରେ ୫୦ ହଜାରରୁ ଲକ୍ଷେ ଟଙ୍କା ବାଲାନ୍ସ ରହିଲେ ୧୫ଟି ଫ୍ରି ୱିଡ୍ରଲ ଟ୍ରାଞ୍ଜାକ୍ସନ ମିଳିବ । ଆଉ୧ ଲକ୍ଷ ଉପରକୁ ମାସିକ ବାଲାନ୍ସ ଥିବା ଆକାଉଣ୍ଟରେ  ଅନଲିମିଟେଡ୍  ଟଙ୍କା ଉଠାଇ ପାରିବେ । ଏହାଛଡା ୨୫ ଟିକିଆ ଚେକ୍ ବଦଳରେ ଏବେ ୧୦ ଟିକିଆ ଚେକ୍ ବୁକ୍ ଆସିବ । ଏଥିପାଇଁ ୪୦ ଟଙ୍କା ଦେବାକୁ ପଡିବ ।  ଏନଇଏଫଟି ଓ ଆରଟିଜିଏସ ଟ୍ରାଞ୍ଜାକ୍ସନ ପାଇଁ ନୂଆ ନିୟମ ଲାଗୁ ହେବ ।



from Prameya News7 https://ift.tt/2oQbTPh
ଆଜିଠୁ ଦେଶର ସବୁଠୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ୍ ଏସ୍‌ବିଆଇରେ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କ’ଣ ଆଜିଠୁ ଦେଶର ସବୁଠୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ୍ ଏସ୍‌ବିଆଇରେ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କ’ଣ Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.