ଖୋର୍ଦ୍ଧା (ବଳରାମ ଲେଙ୍କା ): ଖୋର୍ଦ୍ଧା ବ୍ଲକ୍ କାର୍ଯ୍ୟାଳୟ ଏବଂ ପୌର କାର୍ଯ୍ୟାଳୟକୁ ଗତକାଲି ଅଚାନକ ଗସ୍ତ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସୋମବାର ଅଭିଯୋଗ ଶୁଣାଣି ଦିନରେ ଖୋର୍ଦ୍ଧା ବ୍ଲକ୍ ଅଫିସରେ ବିଡିଓଙ୍କ ସହ ବିଭିନ୍ନ ଅଧିକାରୀ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ମନ୍ତ୍ରୀ। ବାହାରେ ଅଭିଯୋଗ ଧରି ଲୋକେ ଅପେକ୍ଷା କରିଥିବାବେଳେ କୌଣସି ଅଧିକାରୀ ନଥିବାରୁ ମନ୍ତ୍ରୀ ନିଜେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ତେବେ ପ୍ରାୟ ସାଢ଼େ ୧୧ଟାବେଳେ ମନ୍ତ୍ରୀ ଆସିଥିବା ଶୁଣି ବିଡିଓ ପହଞ୍ଚିଥିଲେ। ଏବଂ ଫିଲ୍ଡ ଭିଜିଟ୍ ଯାଇଥିବା ସଫେଇ ଦେଇଥିଲେ। ତେବେ ଅଭିଯୋଗ ଶୁଣାଣି ଦିନ ଫିଲ୍ଡ ଭିଜିଟ୍ ନିୟମ ନଥିବା ମନେପକେଇ ଦେଇଥିଲେ ମନ୍ତ୍ରୀ। ସେହିଭଳି ଖୋର୍ଦ୍ଧା ପୌରପରିଷଦ କାର୍ଯ୍ୟାଳୟରେ ବି ଅଧିକାରୀଙ୍କ ମରୁଡି ଦେଖିବାକୁ ପାଇଥିଲେ ମନ୍ତ୍ରୀ। ଏନେଇ ଅଧିକାରୀଙ୍କୁ ତାଗିଦ୍ କରିବା ସହ ଆଗକୁ ଏପରି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁପସ୍ଥିତ ଅଫିସରଙ୍କୁ ଚେତାବନୀ ଦେଇଥିଲେ ମନ୍ତ୍ରୀ ପ୍ରତାପ ଜେନା।
from OTV Khabar. https://ift.tt/2nkWyWv
No comments: