ବୁଢା ବାପାଙ୍କୁ ମାଡ ମାରି ଘରୁ ତଡିଦେଲେ ପୁଅ-ବୋହୂ । ଆଶ୍ରୟ ପାଇଁ ବାରଦୁଆର ବୁଲୁଛନ୍ତି ବୃନ୍ଦାବନ, ଉପଜିଲ୍ଲାପାଳଙ୍କୁ କଲେ ଆକୁଳ ନିବେଦନ । Kanak News

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ପଞ୍ଚାୟତ ରତନପୁର ଗ୍ରାମର ବୃନ୍ଦାବନ ଗ‌ୌଡ଼ । ୮୦ ବର୍ଷ ବୟସରେ ପୁଅ ଓ ବୋହୂ ତାଙ୍କର ସାହାରା ପାଲଟିବା ପରିବର୍ତ୍ତେ ବୋଝ ଭାବି ଘରୁ ତଡ଼ି ଦେଇଛନ୍ତି । ଫଳରେ ଏହି ପରିଣତ ବୟସରେ ଆଶ୍ରୟ ପାଇଁ ସେ ବାର ଦୁଆର ବୁଲୁଛନ୍ତି । ଚାଲିବାକୁ ବଳ ନାହିଁ । ତଥାପି ବାଡ଼ିଟିଏ ଧରି କଷ୍ଟେମ‌ଷ୍ଟେ ଚାଲୁଛନ୍ତି । ପକ୍ଷାଘାତ ରୋଗରେ ବି ସେ ଶିକାର । ପୁଅ ଓ ବୋହୂ ନିର୍ଦ୍ଦୟ ସାଜି ଘରୁ ବାହାର କରିଦେବାରୁ ଆଶ୍ରୟ ପାଇଁ ଆଜି ସେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । କାରଣ ସାହାଭରସା କେହି ନଥିବାରୁ ଅନ୍ୟ ଘର ବାରଣ୍ଡାରେ ରାତି କଟୁଥିବା ବେଳେ ଯିଏ ଯାହା ଦେଉଛି ସେତିକି ଖାଇ ରହୁଛନ୍ତି । ତୁରନ୍ତ ତାଙ୍କୁ କେଉଁଠି ଥଇଥାନ କରିବାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ସେ ଆକୁଳ ନିବେଦନ କରିଛନ୍ତି ।

ବୃନ୍ଦାବନ ଚାଷ କାମ କରି ଗାଁରେ ରହୁଥିଲେ । କିଛି ଦିନ ପରେ ରାଉରକେଲା କାମ କରିବାକୁ ପଳାଇଥିଲେ । ଗାଁରେ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ରହୁଥିଲେ । ଏହା ମଧ୍ୟରେ ସେ ଦୁଇ ଝିଅ ଓ ପୁଅର ବିବାହ କରାଇଥିଲେ । କିନ୍ତୁ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ପୁଅ ଓ ବୋହୂର ଅତ୍ୟାଚାର ଆରମ୍ଭ ହୋଇଗଲା । ଦୁଃଖ ଉପରେ ନଳିତା ବିଡ଼ା ଭଳି ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଗଲେ । ଗତ ୨୦ ତାରିଖରେ ପୁଅ ଓ ବୋହୂ ତାଙ୍କୁ ଗାଳିଗୁଲଜ କରିବା ସହ ଗୋଟିଏ ଠେଙ୍ଗାରେ ମୁଣ୍ଡକୁ ଆଘାତ କରିଥ‌ିଲେ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ବୃନ୍ଦାବନଙ୍କୁ ଉଦ୍ଧାର କରି ଗୋବରା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଏନେଇ ଗାଙ୍ଗପୁର ଥାନାରେ ଏତଲା ଦେବା ପରେ କେସ ନମ୍ବର ୧୫୮ ଅନୁସାରେ ମାମଲା ରୁଜୁ ହୋଇଥିଲା । ତଥାପି ପୁଅ ଓ ବୋହୂ ତାଙ୍କୁ ଘରେ ରହିବାକୁ ସୁଯୋଗ ଦେଉ ନଥିବାରୁ ସଂପର୍କୀୟ ଏବଂ ଅନ୍ୟ ଗ୍ରାମବାସୀଙ୍କ ନିକଟରେ ଆଶ୍ରୟ ଦେଉଛନ୍ତି । ଏଭଳି ଅବସ୍ଥାରେ ଆଜି ସେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଗୁହାରି ଜଣାଇଛନ୍ତି । ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ସୂଚନା ଦେଇଛନ୍ତି ।



from Kanak News https://ift.tt/2oJLJ0l https://ift.tt/2mwOTE8
ବୁଢା ବାପାଙ୍କୁ ମାଡ ମାରି ଘରୁ ତଡିଦେଲେ ପୁଅ-ବୋହୂ । ଆଶ୍ରୟ ପାଇଁ ବାରଦୁଆର ବୁଲୁଛନ୍ତି ବୃନ୍ଦାବନ, ଉପଜିଲ୍ଲାପାଳଙ୍କୁ କଲେ ଆକୁଳ ନିବେଦନ । Kanak News ବୁଢା ବାପାଙ୍କୁ ମାଡ ମାରି ଘରୁ ତଡିଦେଲେ ପୁଅ-ବୋହୂ । ଆଶ୍ରୟ ପାଇଁ ବାରଦୁଆର ବୁଲୁଛନ୍ତି ବୃନ୍ଦାବନ, ଉପଜିଲ୍ଲାପାଳଙ୍କୁ କଲେ ଆକୁଳ ନିବେଦନ । Kanak News Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.