ଅନ୍ୟ ଜଣେ ଆନନ୍ଦ କୁମାର : ବସ୍ତିର ପିଲାଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି ଯୁବ ଇଞ୍ଜିନିୟର, ରାଜଧାନୀର ଅଶ୍ୱିନୀ ପାଢ଼ୀଙ୍କ ଉଦ୍ୟମକୁ ନେଇ ଚର୍ଚ୍ଚା Kanak News

କନକ ବ୍ୟୁରୋ : ଆପଣ ବିହାରର ଆନନ୍ଦ କୁମାରଙ୍କ “ସୁପର ଥାର୍ଟି’ କଥା ଶୁଣିଥିବେ । ବସ୍ତିର ମେଧାବୀ ଛାତ୍ରଙ୍କୁ ସେ କିଭଳି ଆଇଆଇଟି କୋଚିଂ ଦେଇ ସଫଳ କରାନ୍ତି ସେ କଥା ପ୍ରାୟ ସମସ୍ତେ ଜାଣନ୍ତି । ସେମିତି ଭୁବନେଶ୍ୱରରେ ଆପଣ ଜଣେ ଯୁବକଙ୍କୁ ପାଇବେ ଯେ ଇଂଜିନିୟରିଂ ପଢ଼ିବା ପରେ ବସ୍ତିର ପିଲାଙ୍କୁ ମାଗଣାରେ କୋଚିଂ ଦେବାରେ ଆନନ୍ଦ ପାଉଥିବା ଦେଖାଯାଇଛି । ସେ ହେଲେ ଯୁବ ଇଂଜିନିୟର ଅଶ୍ୱିନୀ ପାଢ଼ୀ ।

ଅଶ୍ୱିନୀ ପାଢ଼ୀ  । ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଷ୍ଟୁମେଂଟେସନରେ ବିଟେକ୍ କରିବା ପରେ ଏମବିଏ କରିଛନ୍ତି । ପିଲାଟି ଦିନରୁ ପାଠ ପଢ଼ାଇବାରେ ତାଙ୍କୁ ବେଶ୍ ଆନନ୍ଦ ମିଳେ । ବାଙ୍ଗାଲୋରରେ ୩ ବର୍ଷ କିଛି ଆଇଟି ଫାର୍ମରେ କାମ କରିବା ପରେ ସେ ଫେରିଆସିଥିଲେ ଭୁବନେଶ୍ୱର । ଏଠାରେ ଗରିବ ପିଲାଙ୍କୁ ପଢ଼ାଇବା ପାଇଁ ତାଙ୍କର ଝୁଙ୍କ ସୃଷ୍ଟି ହୋଇଥିଲା । ବାପୁଜୀ ନଗରରେ “ବ୍ରେନ୍ସ ଏଜୁୁକେସନ୍’ ନାଁରେ ଏକ କୋଚିଂ ସେଂଟର ଖୋଲି ସେଠାରେ କିଛି ଯୁକ୍ତ ଦୁଇ ପିଲାଙ୍କୁ କୋଚିଂ ଦେବା ସହ ସନ୍ଧ୍ୟା ବେଳେ ଆଖପାଖ ବସ୍ତିର ପିଲାଙ୍କୁ ମାଗଣା ପାଠ ପଢ଼ାଇବାରେ ଲାଗିପଡ଼ିଥିଲେ ।

ସବୁ ପିଲାଙ୍କର ମସ୍ତିଷ୍କ ସମାନ । ଥିଲାବାଲା ପିଲାଙ୍କ ଓ ଗରିବ ଶ୍ରେଣୀର ପିଲାଙ୍କ ସାମର୍ଥ ସମାନ । ସମସ୍ତଙ୍କୁ ସୁଯୋଗ ମିଳିଲେ ଅନେକ ପିଲାଙ୍କର ପ୍ରତିଭା ବାହାରକୁ ଆସିପାରିବ । ପାଠକୁ ଅସ୍ତ୍ର ଭାବେ ବ୍ୟବହାର କଲେ ଦୁନିଆ ଜିଣିବା ସମ୍ଭବ । ଏହି ବିଶ୍ୱାସରେ ସେ ନିଜର ୩/୪ଜଣ ସାଥୀଙ୍କୁ ନେଇ ପଂଚମରୁ ୧୦ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି ।



from Kanak News https://ift.tt/2mv0mnJ https://ift.tt/2n88Ph0
ଅନ୍ୟ ଜଣେ ଆନନ୍ଦ କୁମାର : ବସ୍ତିର ପିଲାଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି ଯୁବ ଇଞ୍ଜିନିୟର, ରାଜଧାନୀର ଅଶ୍ୱିନୀ ପାଢ଼ୀଙ୍କ ଉଦ୍ୟମକୁ ନେଇ ଚର୍ଚ୍ଚା Kanak News ଅନ୍ୟ ଜଣେ ଆନନ୍ଦ କୁମାର : ବସ୍ତିର ପିଲାଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି ଯୁବ ଇଞ୍ଜିନିୟର, ରାଜଧାନୀର ଅଶ୍ୱିନୀ ପାଢ଼ୀଙ୍କ ଉଦ୍ୟମକୁ ନେଇ ଚର୍ଚ୍ଚା Kanak News Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.