ପାଟନାରେ ଜଳପ୍ରଳୟ । ଏବେ ବି ଲୋକଙ୍କ ମଧ୍ୟରେ ହାହାକର, ସବୁପ୍ରକାରର ସହାୟତା ପ୍ରତିଶ୍ରୃତି ଦେଲେ ମୋଦି : ଚାଲିଛି ରେସକ୍ୟୁ ଅପରେସନ Kanak News

କନକ ବ୍ୟୁରୋ : ବିହାରରେ ପ୍ରକୃତି ତାଣ୍ଡବ ରଚିଛି । ସାରା ସହରରେ ଜଳ ପ୍ରଳୟ । ପାଣିରେ ବୁଡି ରହିଛି ପାଟନା । ଚାରିି ଦିନର ଲଗାଣ ବର୍ଷା ବିହାରରେ ପ୍ରଳୟ ଆଣିଛି । ଲଗାଣ ବର୍ଷା ଯୋଗୁଁ କେବଳ ବିହାର ନୁହେଁ ଉତର ପ୍ରଦେଶରେ ବି ସ୍ଥିତି ଅଣାୟତ । ଏହି ଦୁଇ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ଯୋଗୁଁ ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ଜନିତ କାରଣରୁ ବିହାରରେ ୨୯ ଜଣଙ୍କ ଜୀବନ ଯାଇଥିବା ବେଳେ ଉତର ପ୍ରଦେଶରେ ୧୧୧ ଜଣଙ୍କ ମୃତ୍ୟୁ ଘଟିଛି ।

from Kanak News https://ift.tt/2msuiAJ https://ift.tt/2o5AoHC
No comments: