ଝାଡାବାନ୍ତି ଆତଙ୍କ, ୩ ଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ

ବ୍ରହ୍ମପୁର ୧।୧୦: ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ୍ ଚିକିରଡା ଗାଁରେ ଝାଡାବାନ୍ତି ଆତଙ୍କ । ଗାଁର ପ୍ରାୟ ୩ ଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି । ଘଟଣାସ୍ଥଳରେ ସ୍ବାସ୍ଥ୍ୟ ବିଭାଗର ୨ଟି ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘର ଘର ବୁଲି ଚିକିତ୍ସା କରିବା ସହ ମେଡିସିନ ବଣ୍ଟନ କରିଛନ୍ତି । ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି ।



from Prameya News7 https://ift.tt/2oJTWSg
ଝାଡାବାନ୍ତି ଆତଙ୍କ, ୩ ଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ଝାଡାବାନ୍ତି ଆତଙ୍କ, ୩ ଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.