ସୁସ୍ଥ ହୃଦୟ ପାଇଁ ଗଣଦୌଡ : ବିଶ୍ୱ ହୃଦୟ ଦିବସ ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ମାରାଥନ,୫ କିଲୋମିଟର ଗଣଦୌଡରେ ସାମିଲ ହେଲେ ଶହ ଶହ ଲୋକ Kanak News

କନକ ବ୍ୟୁରୋ : ଆଜି ବିଶ୍ୱ ହୃଦୟ ଦିବସ । ବର୍ତମାନ କର୍ମ ବହୁଳ ଦୁନିଆରେ ହୃଦୟ ରୋଗ ଚିକିତ୍ସା ବିଜ୍ଞାନ ପାଇଁ ଚ୍ୟାଲେଂଜ ହୋଇ ଠିଆ ହୋଇଛି । ସମସ୍ତଙ୍କୁ ସୁସ୍ଥ ରହିବା ସହିତ ସୁସ୍ଥ ହୃଦୟ ଟିଏ ବି ଜରୁରୀ । ଏହି ବାର୍ତା ନେଇ ଆଜି ବିଶ୍ୱ ହୃତପିଣ୍ଡ ଦିବସ ଦିବସ ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ୫ କିଲୋମିଟର ବ୍ୟାପୀ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲରୁ ଆରମ୍ଭ ହୋଇ , ସୈନିକ ସ୍କୁଲ ନିକଟରୁ ଫେରି କଳିଙ୍ଗ ହସ୍ପିଟାଲ ଠାରେ ଶେଷ ହୋଇଥିଲା । ଏହି ଗଣଦୌଡରେ ଶହ ଶହ ସଂଖ୍ୟାରେ ପ୍ରତିଯୋଗୀ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମର ରେଡିଓ ପାର୍ଟନର ରେଡିଓ ଚକଲେଟ୍ ରହିଛି । ଏହି ଅବସରରେ ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ସମସ୍ତଙ୍କୁ ବାର୍ତା ଦେଇଛନ୍ତି । ହୃଦୟକୁ ହୃଦୟରେ ଯୋଡିବାକୁ ହେଲେ ହୃଦୟକୁ ନିର୍ମଳ ରଖନ୍ତୁ । ସୁସ୍ଥ ରହିବା ପାଇଁ ସମସ୍ତେ ବ୍ୟାୟାମ କରିବା ଜରୁରୀ । ହୃଦଘାତ ଯୋଗୁଁ ବିଶ୍ୱରେ ବର୍ଷକୁ ୧୭.୯ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଭାରତରେ ବର୍ଷକୁ ୨୫ ରୁ ୩୦ ପ୍ରତିଶତ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି । ୪୦ରୁ ୫୦ ବର୍ଷ ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଦେଖିବାକୁ ମିଳୁଛି । ହୃଦଘାତ ଜନିତ ରୋଗରୁ ମୁକ୍ତି ପାଇଁ ଦିନକୁ ୩୦ ମିନିଟ୍ ବ୍ୟାୟାମ କିମ୍ବା ଯୋଗ ଜରୁରୀ ।
from Kanak News https://ift.tt/2mHZL1Z https://ift.tt/2mzj8KK

No comments: