ଆଜି ପବିତ୍ର ମହାଳୟା ଅମାବାସ୍ୟା । ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ବିରଜାଙ୍କ ପାଖରେ ପ୍ରବଳ ଭିଡ, ସେପଟେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ Kanak News

କନକ ବ୍ୟୁରୋ : ଆଜି ପବିତ୍ର ମହାଳୟା । ସାରା ରାଜ୍ୟର ଅନେକ ତୀର୍ଥସ୍ଥାନରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେବା ଲାଗି ପ୍ରବଳ ଭିଡ ଜମିଛି । ଏହାରି ମଧ୍ୟରେ ବିଭିନ୍ନ ଦେବୀ ପୀଠରେ ମା’ଙ୍କର ଷୋଡଶ ପୂଜା ଚାଲିଛି । ତେବେ ମହାଳୟା ଅବସରରେ ସଂବଲପୁରରେ ମା ସମଲେଶ୍ୱରୀ ମନ୍ଦିରରେ ମାଆଙ୍କ ସ୍ୱତନ୍ତ୍ର ବେଶ ହୋଇଛି । ଆଜି ମାଆଙ୍କ ଧବଳମୁଖୀ ବେଶ ହୋଇଛି । ବର୍ଷକରେ ମାଆ ଥରେ ଏହି ବେଶରେ ଦର୍ଶନ ଦେଇଥାନ୍ତି । ଏହି ବେଶଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ବି ହୋଇଥାଏ । ମା’ଙ୍କର ଏହି ଦୁର୍ଲଭ ବେଶ ଦେଖିବା ଲାଗି ପ୍ରତିବର୍ଷ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

from Kanak News https://ift.tt/2nh95d7 https://ift.tt/2lHUQ0q
No comments: