କାର୍ଯ୍ୟରେ ଅବହେଳା ପାଇଁ ଶାସ୍ତି: ବିଳମ୍ବରେ ଅଫିସକୁ ଆସିବା ମହଙ୍ଗା ପଡ଼ିଲା; ୧୯ ଅଧିକାରୀଙ୍କ ଦରମା କାଟିଦେଲେ ସରକାର Kanak News

କନକ ବ୍ୟୁରୋ: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ସଚିବ ଶାଶ୍ବତ ମିଶ୍ରଙ୍କ ବାରମ୍ବାର ତାଗିଦ ପରେ ବି କିଛି ସୁଫଳ ମିଳୁନି। ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀ ଓ ସଚିବଙ୍କ କଥା ଶୁଣୁନାହାନ୍ତି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ପଳାଇ ଯାଉଛନ୍ତି। ଏଭଳି କାର୍ଯ୍ୟରେ ଅବହେଳା କରିଥିବା ଉଚ୍ଚଶିକ୍ଷା ବିଭାଗର ୧୯ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଧିକାରୀମାନେ ଯେଉଁ ଦିନ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଛନ୍ତି, ସେହିଦିନଗୁଡ଼ିକୁ ତାଙ୍କର ଛୁଟି ବୋଲି ଧରାଯାଇଛି। ଫଳସ୍ବରୂପ ସେହି କର୍ମଚାରୀମାନଙ୍କ ଛୁଟି କାଟ୍ କରାଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୨୨ରୁ ଅଗଷ୍ଟ ୨୦ ମଧ୍ୟରେ ବାୟୋମେଟ୍ରିକ୍ ଉପସ୍ଥାନକୁ ଯାଞ୍ଚ କରାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ଅଧିକାରୀମାନଙ୍କ ମଧ୍ୟରେ ଅତିରିକ୍ତ ସଚିବଙ୍କଠାରୁ ଆରମ୍ଭ କରି ଯୁଗ୍ମ ସଚିବ, ଏସଓ, ଏଏସଓ ଆଦି ରହିଛନ୍ତି। ଏହି ସମୟ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଉପସଚିବ ପ୍ରାଣବନ୍ଧୁ ରାଉତ ୫ଦିନ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଥିବା ବେଳେ ଏସଓ ବଂଶୀଧର ମହାନ୍ତି ୪, ଯୁଗ୍ମ ସଚିବ ରଞ୍ଜିତା ରଥ ୩, ଏସ୍ଓ ରଞ୍ଜିତ କୁମାର ଦାଶ ୩, ଅନୁସଚିବ ମିନତି ଭୂୟାଁ ୨, ଦିବାକର ଦାଶ ୨, ଆଶୁତୋଷ ବେହେରା ୨ ଦିନ ଲେଖାଏଁ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଛନ୍ତି।
ଏମାନଙ୍କ ବ୍ୟତୀତ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି, ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ସଚିବ ଶ୍ୟାମଳୀ ମହାପାତ୍ର, ଉପସଚିବ ଖଗେଶ୍ବର ବେହେରା, ପ୍ରମୋଦ କୁମାର ରାଉତ, ଏସଓ ନେହା କାନୁନଗୋ, ଅନୁପମା ରଥ, ଅଡିଟର ଲକ୍ଷ୍ମୀକାନ୍ତ ରାୟ, ଏଏସଓ ସୌମ୍ୟରଞ୍ଜନ ବେହେରା, ଦେବକଲ୍ୟାଣୀ ପାଇକରାୟ, ଏସ୍ ନିତେଶ, ଭୁଜରାମ ସୋରେନ୍, ନମିତା ବାଗ୍ ଗୋଟିଏ ଦିନ ଲେଖାଏଁ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଛନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
from Kanak News https://ift.tt/2novqW2 https://ift.tt/2niyMKu
No comments: