ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ Rajalaxmi Sahoo

ବରଗଡ଼: ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ୮ଟା ସମୟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ମନୋରଞ୍ଜନ ତାଙ୍କର ୨ଜଣ ବନ୍ଧୁଙ୍କ ସହ ବାଇକ୍‌ରେ ସୋହେଲାରୁ ନିଜ ଗାଁ ପଡ଼ାକୁ ଫେରୁଥିଲେ। ଏହି ସମୟରେ ବିଜେପୁର କନାପାଲି  ଗାଁ ନିକଟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ଭୁଜାଲିରେ ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ଡାହାଣ ହାତ ଓ ଶରୀରର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି।

ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପଛରେ ବିଜେଡିର ହାତ ରହିଛି ବୋଲି ବିଜେପି ଅଭିଯୋଗ କରିଛି। ଯଦି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି। ଅନ୍ୟପକ୍ଷରେ ବିଜେପିର ଏହି ଅଭିଯୋଗକୁ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ପୂର୍ବଥର ବିଜେପୁର ଉପନିର୍ବାଚନ ବେଳେ ମନୋରଞ୍ଜନଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା।



from OTV Khabar. https://ift.tt/2miZWAR
ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ Rajalaxmi Sahoo ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ Rajalaxmi Sahoo Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.