ପୋଲିସଠାରୁ ଧକ୍କା ଖାଇବା ପରେ ସାଧୁଙ୍କ ନାମରେ ଥାନାରେ ଏତଲା । ଘଟଣାର ତଦନ୍ତ କରିବେ ପୁରୀ ଅତିରିକ୍ତ ଏସପି, ଧକ୍କା ଦେଇଥିବା ବାବୁଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? Kanak News

କନକ ବ୍ୟୁରୋ : ମଙ୍ଗୁ ମଠକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ସାଧୁଙ୍କୁ ପୁଲିସ ଧକ୍କା ମାରିଥିଲା। ଘଟଣାକୁ ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ କରିବାକୁ ପୁରୀ ଏସପି ଅତିରିକ୍ତ ଏସପି ଅରୁଣ ଜେନାଙ୍କୁ ଦାୟିତ୍ବ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ମଙ୍ଗୁ ମଠ ଦାୟିତ୍ବରେ ଥିବା ପୁରୁଣା ଏକ ପ୍ଲାଟୁନ୍ ଫୋର୍ସକୁ ତୁରନ୍ତ ଅପସାରଣ କରାଯାଇ ନୂଆ ଟ୍ରୁପକୁ ନିୟୋଜିତ କରାଯାଇଛି। ମାଡ଼ ମାରିଥିବା ପୁଲିସ ଅଧିକାରୀ ତଥା ପୂର୍ବ ଟିମର ଟିମ ଲିଡର ଅବଦୁଲ ରହିମଙ୍କୁ ମଧ୍ୟ ଅପସାରଣ କରାଯାଇଛି। ସେପଟେ ଧକ୍କା ଖାଇଥିବା ବାବା ବ୍ରହ୍ମଚାରୀ ତ୍ବେଜ ସ୍ବରୁପଙ୍କ ନାମରେ ଓଲଟା ଥାନାରେ ମାମଲା ରୁଜୁ କରାଯାଇଛି।

from Kanak News https://ift.tt/2o1UJxJ https://ift.tt/2nqZu3l
No comments: